Latest Odisha News

BREAKING NEWS

ଦିଲ୍ଲୀ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ, ଶୀଘ୍ର ସଂସଦରେ ହେବ ଉପସ୍ଥାପନ

ନୂଆଦିଲ୍ଲୀ: ଦିଲ୍ଲୀରେ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ଅଧ୍ୟାଦେଶ ସମ୍ପର୍କିତ ବିଲକୁ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ଏବେ ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ଏହି ବିଲକୁ ଉପସ୍ଥାପନ କରି ପାରନ୍ତି । ଗତ ମେ ୧୯ରେ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଥିଲେ ।

କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ଦ୍ୱାରା ଦିଲ୍ଲୀରେ ନିଯୁକ୍ତ ଗ୍ରୁପ-ଏ ଅଧିକାରୀଙ୍କ ନିଯୁକ୍ତି, ବଦଳି ଆଦି ପାଇଁ ଜାତୀୟ ରାଜଧାନୀ ସିଭିଲ୍ ସେବା ପ୍ରାଧିକରଣ ଗଠନ ହେବ । ତେବେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ଦିଲ୍ଲୀ ସରକାର ଜୋରଦାର ବିରୋଧ ଜାରି ରଖିଛନ୍ତି ।

ଆପ୍ ଏହି ଅଧ୍ୟାଦେଶକୁ ଅସାମ୍ବିଧାନିକ କହିଛି । ମାମଲାର ବିଚାର ପାଇଁ ସୁପ୍ରିମକୋର୍ଟ ୫ ଜଣିଆ ଖଣ୍ଡପୀଠ ଗଠନ କରିଛନ୍ତି । ଅଧ୍ୟାଦେଶ ବିରୋଧରେ ସମର୍ଥନ ହାସଲ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜ୍ୟ ଯାଇ ବିଜେପି ବିରୋଧୀ ଦଳ ଓ ନେତାଙ୍କୁ ଭେଟିଛନ୍ତି ।

ଦିଲ୍ଲୀ ଅଧ୍ୟାଦେଶକୁ ସଂସଦରେ କଂଗ୍ରେସ, ଟିଏମସି, ଡିଏମକେ ସମେତ ଅନ୍ୟ କେତେକ ଦଳ ବିରୋଧ କରିବେ ବୋଲି କହିଛନ୍ତି । ଏବେ ସଂସଦର ମୌସୁମୀ ଅଧିବେଶନ ଜାରି ରହିଥିବା ବେଳେ କୌଣସି ବି ଦିନ କେନ୍ଦ୍ର ସରକାର ବିଲ୍ ଆଣି ପାରନ୍ତି ।

Leave A Reply

Your email address will not be published.