Latest Odisha News

BREAKING NEWS

ସିଂଘମ ଏଗେନ ଫିଲ୍ମ ଛାଡିବା କାରଣ କହିଲେ ଭିକ୍କି କୌଶଲ

ମୁମ୍ବାଇ: ଜରା ହଟକେ ଫିଲ୍ମର ସଫଳତା ଉପଭୋଗ କରୁଥିବା ଭିକ୍କି କୌଶଲ ଏବେ ସିଂଘମ ଏଗେନ ଫିଲ୍ମ କାହିଁକି ଛାଡିଲେ ସ୍ପଷ୍ଟ କରିଛନ୍ତି । ରୋହିତ ଶେଟ୍ଟୀଙ୍କ ଏହି ଫିଲ୍ମରେ ସେ ଅଜୟ ଦେବଗାନଙ୍କ ଛୋଟ ଭାଇ ଭୂମିକା କରିବା ଏକ ପ୍ରକାର ସ୍ଥିର ହୋଇଥିଲା । ଭିକ୍କି ମଧ୍ୟ ଏହି ଭୂମିକା ନେଇ ବେଶ ଆଗ୍ରହୀ ଥିଲେ । ତେବେ ସିଂଘମ ଏଗେନ ଓ ତାଙ୍କର ଅନ୍ୟ ଫିଲ୍ମ ଛାୱାର ଡେଟ ସାମ୍ନା ସାମ୍ନି ହୋଇଥିଲା । ୨ଟି ଯାକ ଫିଲ୍ମ ସମ୍ପୂର୍ଣ୍ଣ ଭିନ୍ନ ହୋଇଥିବାରୁ ଭିକ୍କି ବାଧ୍ୟ ହୋଇ ରୋହିତଙ୍କ ଫିଲ୍ମରୁ ଓହରି ଯାଇଥିଲେ । ଛାୱା ଏକ ପରିୟଡ ଯୁଗ ଫିଲ୍ମ ହୋଇଥିବାରୁ ସେ ଏଥିପ୍ରତି ଅଧିକ ଆଗ୍ରହ ପ୍ରକାଶ କରିଥିଲେ ।

ଉଭୟ ଫିଲ୍ମ ପାଇଁ ତାରିଖ ସମନ୍ୱୟ କରିବା ତାଙ୍କ ପକ୍ଷେ ସମ୍ଭବପର ନ ଥିଲା । ରୋହିତ ମଧ୍ୟ ଭିକ୍କିଙ୍କ ଅସୁବିଧା ଅନୁଭବ କରି ତାଙ୍କୁ ସହଯୋଗ କରିଥିଲେ । ଭବିଷ୍ୟତରେ ଉଭୟ ଏକତ୍ର ଫିଲ୍ମ କରିବେ ବୋଲି ନିଷ୍ପତି ନେଇଛନ୍ତି । ସିଂଘମ ଏଗେନରେ ଅଜୟ ଦେବଗାନଙ୍କ ସହ ଦୀପିକା ପାଦୁକୋନ ଲେଡି ସିଂଘମ ଭୂମିକାରେ ଅବତୀର୍ଣ୍ଣ ହେବେ ।

Leave A Reply

Your email address will not be published.