Latest Odisha News

BREAKING NEWS

ଦେଶରେ ଜନସଂଖ୍ୟା ପରିବର୍ତ୍ତନ ଓ ବେଆଇନ ଅନୁପ୍ରବେଶର ସମୀକ୍ଷା: ଜୁଲାଇ ୯ରେ ସବୁ ରାଜ୍ୟର ଡିଜିପିଙ୍କୁ ଭେଟିବ କେନ୍ଦ୍ର

ନୂଆଦିଲ୍ଲୀ: ସାରା ଦେଶରେ ଘଟୁଥିବା ଅସ୍ୱାଭାବିକ ଜନସଂଖ୍ୟା ପରିବର୍ତ୍ତନ (ଡେମୋଗ୍ରାଫିକ୍ ଚେଞ୍ଜ) ଏବଂ ବେଆଇନ ଅନୁପ୍ରବେଶକୁ ନେଇ କେନ୍ଦ୍ର ସରକାର ଏବେ ଆକ୍ସନ ମୋଡ୍‌ରେ। ଏହି ପ୍ରସଙ୍ଗର ଆହୁରି ଭଲ ଭାବରେ ସମୀକ୍ଷା କରିବା ତଥା ଏକ କଠୋର ରଣନୀତି ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଜୁଲାଇ ୯ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି। ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ସାମିଲ ହେବେ।

 

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକଟି ହାଇବ୍ରିଡ୍ (ଉଭୟ ଭର୍ଚୁଆଲ୍ ଓ ଅଫଲାଇନ୍) ମୋଡ୍‌ରେ ଅନୁଷ୍ଠିତ ହେବ।

 

ଦେଶର ଯେଉଁସବୁ ଅଞ୍ଚଳରେ ଜନସଂଖ୍ୟାର ଢାଞ୍ଚାରେ ଆଖିଦୃଶିଆ ଅସ୍ୱାଭାବିକ ପରିବର୍ତ୍ତନ ଆସିଛି, ସେଗୁଡ଼ିକୁ ଚିହ୍ନଟ କରିବା ଏବଂ ଏହା ପଛର ପ୍ରକୃତ କାରଣଗୁଡ଼ିକର ସମୀକ୍ଷା କରିବା।

 

ବେଆଇନ ଭାବେ ରହୁଥିବା ଅନୁପ୍ରବେଶକାରୀଙ୍କୁ ଠାବ କରିବା ଏବଂ ଏକ ଦୃଢ଼ ତଥା ସ୍ଥାୟୀ ବ୍ୟବସ୍ଥା ମାଧ୍ୟମରେ ସେମାନଙ୍କୁ ସ୍ୱଦେଶ ଫେରାଇବା (ଡିପୋର୍ଟେସନ୍) ପାଇଁ ପଦକ୍ଷେପ ଗ୍ରହଣ କରିବା।

 

ବେଆଇନ ଅନୁପ୍ରବେଶ ଦ୍ୱାରା ଉପୁଜୁଥିବା ଜାତୀୟ ସୁରକ୍ଷା ବିପଦର ମୁକାବିଲା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ଏକ ଯୁଗ୍ମ ରଣନୀତି ପ୍ରସ୍ତୁତ କରିବା।

 

ଜନସଂଖ୍ୟା ପରିବର୍ତ୍ତନକୁ ବୈଜ୍ଞାନିକ ପଦ୍ଧତିରେ ଅନୁଧ୍ୟାନ କରିବା ପାଇଁ କେନ୍ଦ୍ର ସରକାର ପୂର୍ବରୁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରକାଶ ପ୍ରଭାକର ନାଓଲେକରଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ କମିଟି ଗଠନ କରିସାରିଛନ୍ତି। ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ଜୁଲାଇ ୯ ତାରିଖର ଏହି ଡିଜିପିସ୍ତରୀୟ ସମୀକ୍ଷା ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

 

ପ୍ରାପ୍ତ ସୂଚନା ଅନୁଯାୟୀ, ଗଠିତ କମିଟି ପକ୍ଷରୁ ଏକ ବିସ୍ତୃତ ପ୍ରଶ୍ନାବଳୀ ପ୍ରସ୍ତୁତ କରାଯାଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପଠାଯାଇଛି। ଜନ୍ମ ଓ ମୃତ୍ୟୁ ହାରର ଧାରା, ଜିଲ୍ଲାସ୍ତରରେ ଜନସଂଖ୍ୟା ଅନୁପାତରେ ଆସିଥିବା ଅଦଳବଦଳ ଏବଂ ସ୍ଥାନୀୟ ଅଞ୍ଚଳରେ ବେଆଇନ ଅନୁପ୍ରବେଶର ପ୍ରଭାବ ଆଦି ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ହେଉଛି ଏହି ପ୍ରଶ୍ନାବଳୀର ମୂଳ ଲକ୍ଷ୍ୟ।

 

ହେବାକୁ ଥିବା ବୈଠକ ପରେ ସୀମା ସୁରକ୍ଷାକୁ ଅଧିକ ମଜବୁତ କରାଯିବା ସହ ବେଆଇନ ନାଗରିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ଭାବନା ରହିଛି।

Leave A Reply

Your email address will not be published.