ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରେ ଆତଙ୍କବାଦୀ ହିଂସାରେ ଜଡ଼ିତ ଥିବାରୁ ଆତଙ୍କବାଦୀ ସଂଗଠନ ହିଜବ-ଉଲ-ମୁଜାହିଦ୍ଦିନର ସୌକତ ଅହମ୍ମଦ ଶେଖକୁ ଆତଙ୍କବାଦୀ ଘୋଷଣା କରିଛି କେନ୍ଦ୍ର ସରକାର । ୟୁଏପିଏ ,ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ, ୧୯୬୭ ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଗୃହମନ୍ତ୍ରୀ ଅମିତ ଶାହଙ୍କ ଜମ୍ମୁକାଶ୍ମୀର ଗସ୍ତ ଅବସରରେ ଏପରି ଘୋଷଣା କରାଯାଇଛି । ଏହା ଦ୍ବାରା ଏହି ସଂଗଠନ ଉପରେ ଅଧିକ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ସୈାକତ ଅନେକ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସାଧାରଣ ଲୋକଙ୍କୁ ହତ୍ୟା କରିବାର ମଧ୍ୟ ଅଭିଯୋଗ ରହିଛି ।
The Centre designates Hizbul-Ul-Mujahideen's Imtiyaz Ahmad Kandoo as a terrorist under Unlawful Activities (Prevention) Act for "radicalising and motivating youths to join terrorist ranks to carry out terror activities in the Kashmir Valley". pic.twitter.com/QI58JEaTPP
— ANI (@ANI) October 4, 2022
ବାରାମୁଲାର ସୌକତ ଫେରାର ହୋଇ ଏବେ ପାକିସ୍ତାନରେ ରହିଆସୁଛି । ତେବେ, ସୌକତ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧିରେ ସମସ୍ତ ସହାୟତା କରୁଛି । ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟର ବିଜ୍ଞପ୍ତିରେ କୁହାଯାଇଛି ଯେ କେନ୍ଦ୍ର ସରକାର ସୌକତ ଅହମ୍ମଦ ଶେକକୁ ଆତଙ୍କବାଦୀ ଘୋଷଣା କରିଛନ୍ତି।
ବିଜ୍ଞପ୍ତିରେ କୁହାଯାଇଛି, କେନ୍ଦ୍ର ସରକାର ପ୍ରମାଣ ପାଇଛନ୍ତି ଯେ ସୌକତ ଅହମ୍ମଦ ଶେଖ ଭାରତରେ ଆତଙ୍କବାଦ କାର୍ଯ୍ୟରେ ଜଡିତ ଏବଂ ତାକୁ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ (ୟୁଏପିଏ) ୧୯୬୭ ଅନୁଯାୟୀ ଆତଙ୍କବାଦୀ ଭାବରେ ସୂଚିତ କରାଯାଉଛି।
Comments are closed.