Latest Odisha News

BREAKING NEWS

ପ୍ରବାସୀ ଶ୍ରମିକଙ୍କ ସମେତ ଫସିରହିଥିବା ଅନ୍ୟ ଲୋକଙ୍କ ଆନ୍ତଃରାଜ୍ୟ ସ୍ଥାନାନ୍ତରକୁ ମଞ୍ଜୁରି

ନୂଆଦିଲ୍ଲୀ: କୋଭିଡ-19 ମୁକାବିଲା ନିମନ୍ତେ ଜାରି ହୋଇଥିବା ଲକଡାଉନ ପ୍ରତିବନ୍ଧକ ଫଳସ୍ଵରୂପ ଦେଶର ବିଭିନ୍ନ ସ୍ଥାନରେ ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟ ଲୋକମାନେ ଫସି ରହିଛନ୍ତି। ଏବେ କେନ୍ଦ୍ର ସରକାର ଏହି ଫସି ରହିଥିବା ଲୋକମାନଙ୍କ ସ୍ଥାନାନ୍ତରଣ ନିମନ୍ତେ ଅନୁମତି ଦେଇଛନ୍ତି । ସମ୍ପୃକ୍ତ ରାଜ୍ୟଗୁଡ଼ିକ ପରସ୍ପର ସହିତ ପରାମର୍ଶ କରି ଏବଂ ଆପୋସ ସହମତି ପରେ ଫସି ରହିଥିବା ଲୋକମାନଙ୍କୁ ନିଜ ନିଜ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ସ୍ଥାନାନ୍ତର କରିବା ଲାଗି ଅନୁମତି ଦିଆଯିବ।

ଏଥିପ୍ରତି ଗୁରୁତ୍ବାରୋପ କରାଯାଇଛି ଯେ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବା ପରେ ଏପରି ଲୋକମାନଙ୍କର ସ୍ଵାସ୍ଥ୍ୟ ଯାଞ୍ଚ ସ୍ଥାନୀୟ ଚିକିତ୍ସା ଅଧିକାରୀମାନେ କରିବେ । ସେମାନଙ୍କୁ ଗୃହ ସଙ୍ଗରୋଧ କରାଯିବ। ଆବଶ୍ୟକ ହେଲେ ସେମାନଙ୍କୁ ସରକାରୀ ସଙ୍ଗରୋଧରେ ରଖାଯିବ। ଏହାବ୍ୟତୀତ, ସେମାନଙ୍କର ସମୟ ବ୍ୟବଧାନରେ ଚିକିତ୍ସା ଯାଞ୍ଚ ମଧ୍ୟ କରାଯିବ।

ଏହି ଉଦ୍ଦେଶ୍ୟ ଲାଗି, ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଅନୁରୋଧ କରାଯାଇଛି ଯେ ଏପରି ଲୋକମାନଙ୍କୁ ଆରୋଗ୍ୟ ସେତୁ ଆପ ଉପଯୋଗ କରିବା ନିମନ୍ତେ କୁହାଯାଉ। ଯାହା ମାଧ୍ୟମରେ ସେମାନଙ୍କର ସ୍ଵାସ୍ଥ୍ୟ ଉପରେ ନଜର ରଖାଯାଇପାରିବ ଓ ଆବଶ୍ୟକ ହେଲେ ସେମାନଙ୍କୁ ଚିହ୍ନଟ କରାଯାଇପାରିବ।

Leave A Reply

Your email address will not be published.