Latest Odisha News

BREAKING NEWS

ମେ’ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ, ରାଜ୍ୟ ପାଇଁ ଗାଇଡଲାଇନ୍ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ମାମଲା ଭିତରେ ମେ ପହିଲାରୁ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେବ । ମେ’ ୧ରୁ ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତେ ଭ୍ୟାକ୍ସିନ୍ ନେଇପାରିବେ । ଟିକାକରଣର ନୂଆ ରଣନୀତି ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର ।

BjdElectrycity

ରାଜ୍ୟରେ ହସ୍ପିଟାଲ ବ୍ୟବସ୍ଥାକୁ ବଢ଼ାଇବା ଲାଗି କେନ୍ଦ୍ର କହିଛି । ଟିକାକରଣ ମିଶନ ମୋଡରେ ହେବା ଆବଶ୍ୟକ । ଏଥିପାଇଁ ସମସ୍ତ ହସ୍ପିଟାଲରେ କୋଭିଡ୍ ଭ୍ୟାକ୍ସିନେସନ୍ ସେଣ୍ଟର୍ସ ହେଉ । ରେଜିଷ୍ଟ୍ରେସନରୁ ନେଇ ଟିକାକରଣ ଯାଏ ସବୁକିଛିର ତଦାରଖ କରାଯିବ ।

ଏହା ବାଦ୍ ଯେଉଁ ହସ୍ପିଟାଲରେ ଭ୍ୟାକ୍ସିନ୍ ରଖାଯିବ ସେଠାରେ ତଦାରଖ କରାଯିବ । କୋ-ୱିନ୍ ଆପରେ ଗଚ୍ଛିତ ଥିବା ଭ୍ୟାକ୍ସିନ୍ ଏବଂ ଦର ନେଇ ସୂଚନା ଦିଆଯିବ । ଏଥିସହ କୋ-ୱିନରେ ଟିକାକରଣ ନେଇ ବ୍ୟାପକ ସୂଚନା ସହ ଟିକାକରଣ ଲାଗି ଯୋଗ୍ୟ ଜନସଂଖ୍ୟାର ତାଲିକା ରହିବ । ୧୮ରୁ ୪୫ ବର୍ଷ ବୟସ୍କଙ୍କ ଲାଗି କେବଳ ଅନଲାଇନ୍ ପଞ୍ଜିକରଣ ସୁବିଧା ବିଷୟରେ ପ୍ରଚାର କରାଯିବ ।

ରାଜ୍ୟ ସରକାର ଅତିରିକ୍ତ କୋଭିଡ୍ ହସ୍ପିଟାଲ୍ ଚିହ୍ନଟ କରିବା ସହ ସର୍ବସାଧାରଣ ସ୍ଥାନରେ ଡିଆରଡିଓ, ସିଏସ୍ଆଇଆର୍ ଭଳି ଏଜେନ୍ସି ସହାୟତାରେ ଖୋଲା ସ୍ଥାନରେ ମେଡିକାଲ ସ୍ଥାପନ କରନ୍ତୁ । ବେଡ୍ ଆବଣ୍ଟନ ଲାଗି କଲ୍ ସେଣ୍ଟର ସେବା ଖୋଲିବ । ହୋମ୍ ଆଇସୋଲେସନରେ ଥିବା ରୋଗୀଙ୍କ ଲାଗି ଟେଲି-ମେଡିସିନ୍ ସୁବିଧା ପ୍ରଦାନ ଲାଗି କୁହାଯାଇଛି ।

Leave A Reply

Your email address will not be published.