Latest Odisha News

ସେରମ କହିଲା ଆମ ଟିକା ସବୁଠୁ ଶସ୍ତା

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି କରୋନା ସଂକ୍ରମଣ । ଆକ୍ରାନ୍ତ ସଂଖ୍ୟା ବଢ଼ିବା ସହ ମୃତ୍ୟୁ ସଂଖ୍ୟା ବି ବଢ଼ଇବାରେ ଲାଗିଛି । ଏପଟେ ଏହାକୁ ମୁକାବିଲା ପାଇଁ ସାରା ଦେଶରେ ଜାରି ରହିଛି ଟିକାକରଣ ପ୍ରକ୍ରିୟା । ତେବେ ଟିକାର ଦାମକୁ ନେଇ ଯେଉଁ ଦ୍ବନ୍ଦ୍ବ ଦେଖାଦେଇଛି, ଏନେଇ ସ୍ପଷ୍ଟ କରିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଆଦାର ପୁନାୱାଲା । ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ, ପ୍ରଥମେ କୋଭିସିଲ୍ଡର ଦାମ ବହୁତ କମ ରହିଥିଲା । କାରଣ ସତେବେଳେ ଦେଶମାନେ ଆଗୁଆ ଫଣ୍ଡିଂ କରିଥିଲେ । ଯେଉଁଥି ପାଇଁ ଏହି ଟିକାର ଦାମ କମ୍ ରହିଥିଲା । ଆଉ ଏବେ ବି କୋଭିସିଲ୍ଡ ଦେଶର ସବୁଠାରୁ ଶସ୍ତା ଟିକାମାନଙ୍କ ମଧ୍ୟରେ ଅନ୍ୟତମ ବୋଲି କହିଛନ୍ତି ଆଦାର ପୁନାଓ୍ବାଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ କେବଳ କିଛି ଟିକା ଘରୋଇ ହସ୍ପିଟାଲକୁ ପ୍ରତି ଡୋଜ ପିଛା ୬ ଶହ ଟଙ୍କାରେ ବିକ୍ରି ହେବ । ସେରମ୍ ଏବେ ତିନିଟି ଦରରେ କୋଭିସିଲ୍ଡ ଟିକା ବିକ୍ରି କରୁଛି । ରାଜ୍ୟ ସରକାର ମାନଙ୍କୁ ପ୍ରତି ଡୋଜ ପିଛା ୪୦୦ ଟଙ୍କାରେ ବିକ୍ରି କରାଯିବ । ସେହିପରି କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ ପ୍ରତି ଡୋଜ ବିକ୍ରି କରାଯିବ ବୋଲି କହିଛନ୍ତି ପୁନାଓ୍ବାଲା । ଆସନ୍ତା ମେ’ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ । ଆଉ ଏହି ନୂଆ ଦର ମେ ୧ ତାରିଖରୁ ଲାଗୁ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆଦାର ପୁନାୱାଲା ।

Leave A Reply

Your email address will not be published.