Latest Odisha News

ଆଉ ପାଦେ ଆଗକୁ ବଢିଲା ଭାରତର ମୁନ୍‌ ମିଶନ, ‘ଚନ୍ଦ୍ରଯାନ-୫’କୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ଆଉ ଏକ ପାଦ ଆଗକୁ ବଢିଲା ଭାରତର ମୁନ୍‌ ମିଶନ । ‘ଚନ୍ଦ୍ରଯାନ-୫’ ଉପରେ ବାଜିଛି କ୍ୟାବିନେଟ ମୋହର । କେନ୍ଦ୍ର ସରକାର ଚନ୍ଦ୍ରଯାନ-୫ କୁ ଅନୁମୋଦନ ଦେଇଛନ୍ତି । ଏନେଇ ଇସ୍ରୋର ନୂଆ ଅଧ୍ୟକ୍ଷ ଭି.ନାରାୟଣ ସୂଚନା ଦେଇଛନ୍ତି । ତେବେ ଏହାପୂର୍ବରୁ ୨୦୨୪ ସେପ୍ଟେମ୍ବର ୧୮ରେ ଚନ୍ଦ୍ରଯାନ ୪କୁ ମିଳିଥିଲା କେନ୍ଦ୍ର ସରକାରଙ୍କ ଅନୁମତି । କ୍ୟାବିନେଟ ଚନ୍ଦ୍ରଯାନ ୪ ଉପରେ ମୋହର ମାରିଥିଲା । ଏହାପରେ ଚନ୍ଦ୍ରଯାନ ୫କୁ ସରକାରଙ୍କ ମଞ୍ଜୁରୀ ପାଇଁ ପଠାଯାଇଥିଲା । ଏବେ ଏହା ଉପରେ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ନିକଟରେ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ଇସ୍ରୋର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ଅବସରରେ ଭି ନାରାୟଣନଙ୍କ ସମ୍ମାନରେ ସମାରୋହ ଆୟୋଜିତ କରାଯାଇଛି । ଏହି ସମାରୋହରେ ନାରାୟଣନ କହିଛନ୍ତି, ଚନ୍ଦ୍ରଯାନ-୩ ମିଶନରେ ୨୫ କିଲୋଗ୍ରାମର ରୋଭର ପ୍ରଜ୍ଞାନକୁ ଚନ୍ଦ୍ରକୁ ପଠାଯାଇଥିଲା । କିନ୍ତୁ ଚନ୍ଦ୍ରଯାନ-୫ ମିଶନ ଆଧାରରେ ଚନ୍ଦ୍ର ପୃଷ୍ଠର ଅଧ୍ୟୟନ କରିବା ପାଇଁ ୨୫୦ କିଲୋଗ୍ରାମର ଏକ ରୋଭର ପ୍ରେରଣ କରାଯିବ । ଏହି ତିନି ଦିନ ପୂର୍ବେ ଆମକୁ ଚନ୍ଦ୍ରଯାନ-୫ ମିଶନ ପାଇଁ କେନ୍ଦ୍ରର ମଞ୍ଜୁରୀ ମିଳିଛି । ଜାପାନ ସହଯୋଗରେ ଏହି ମିଶନ ପୂରା କରାଯିବ ।

ଭି ନାରାୟଣନ ଆହୁରି କହିଛନ୍ତି ଯେ, ଏହା ପୂର୍ବରୁ ଚନ୍ଦ୍ରଯାନ-୪ ମିଶନର ଉଦ୍ଦେଶ୍ୟ ଚନ୍ଦ୍ରରେ ଏକତ୍ରିତ ହୋଇଥିବା ନମୂନାକୁ ଆଣିବା । ୨୦୨୭ରେ ଚନ୍ଦ୍ରଯାନ-୪କୁ ପ୍ରକ୍ଷେପଣ କରାଯିବାର ସମ୍ଭାବନା ରହିଛି । ଚନ୍ଦ୍ରଯାନ-୪ ଏକ ଗୁରୁତ୍ବପୂର୍ଣ୍ଣ ମିଶନ ହେବ । ଏହା କେବଳ ଚନ୍ଦ୍ରର ଦକ୍ଷିଣ ମେରୁ ଉପରେ ନରମ ଅବତରଣ ବା ସଫ୍ଟ ଲ୍ୟାଣ୍ଡିଂ କରିବ ନାହିଁ ବରଂ ନମୁନା ସଂଗ୍ରହ କରିବ ଓ ପରବର୍ତ୍ତୀ ପରୀକ୍ଷଣ ମଧ୍ୟ କରିବ । ଏହି ମିଶନରେ ଏଲଭିଏମ୍-୩ ରକେଟର ଅତି କମରେ ଦୁଇଟି ପୃଥକ ଉତକ୍ଷେପଣ କରାଯିବ। ଯେଉଁଥିରେ ମିଶନରେ ପାଞ୍ଚଟି ଭିନ୍ନ ଉପକରଣ ବହନ କରାଯିବ।

କହିରଖୁଛୁ ଯେ, ପୂର୍ବରୁ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନର ପୂର୍ବତନ ଅଧ୍ୟକ୍ଷ ଡ. ସୋମନାଥ ସୂଚନା ଦେଇଥିଲେ ଯେ, ଯଦି ସରକାର ଅନୁମୋଦନ କରନ୍ତି, ତେବେ ଖୁବ ଶୀଘ୍ର ଚନ୍ଦ୍ରଯାନ-୪ ମିଶନ ଆରମ୍ଭ ହେବ। କାରଣ ଇସ୍ରୋ ଚନ୍ଦ୍ରଯାନ-୪ ଏବଂ ୫ର ଡିଜାଇନ୍ ପ୍ରସ୍ତୁତ କରିସାରିଛି। ଆମେ କେବଳ ସରକାରଙ୍କ ସବୁଜ ସଙ୍କେତକୁ ଅପେକ୍ଷା କରିଛୁ। ଚନ୍ଦ୍ରଯାନ -୪ ମିଶନ ଚନ୍ଦ୍ର ପୃଷ୍ଠରୁ ପଥର ଏବଂ ମାଟିର ନମୁନା ଆଣିବ। ଏଥିରେ ମଧ୍ୟ ସଫ୍ଟ ଲ୍ୟାଣ୍ଡିଂ ହେବ। ଏହା ଅପେକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ମିଶନ୍ ସ୍ପେସ୍ ଡକିଂ ହେବ। ଏହାର ଅର୍ଥ ଚନ୍ଦ୍ରାୟଣ -୪କୁ ମହାକାଶକୁ ପଠାଯିବ। ଏହା ପରେ ଏହା ନିଜେ ସ୍ପେସ୍ ସହିତ ଯୋଡି ହେବ। ସେ ଆହୁରି କହିଥିଲେ ଯେ, ଆମେ ଆଉ ଏକ ଷ୍ଟେସନ ନିର୍ମାଣ କରିବାକୁ ଚାହୁଁଛୁ, ଯେଉଁଠାରେ ୫ ମଡ୍ୟୁଲ୍ ରହିବ । ଏହାର ପ୍ରଥମ ମଡ୍ୟୁଲ୍ ୨୦୨୮ରେ ଲଞ୍ଚ୍ କରାଯିବ, ଯାହାର ଡିଜାଇନ୍ ପ୍ରସ୍ତୁତ ଅଛି ।

ସୂଚନାଯୋଗ୍ୟ, ଭାରତର ତୃତୀୟ ମୁନ୍‌ ମିଶନ୍‌ ଚନ୍ଦ୍ରଯାନ-୩ ପ୍ରକ୍ଷେପଣ ସଫଳ ହେବା ପରେ ଇସ୍ରୋ ବୈଜ୍ଞାନିକମାନେ ଏବେ ଚତୁର୍ଥ ମିଶନ୍‌ ଲାଗି ଜୋରଦାର ଉଦ୍ୟମ ଚଳାଇଛନ୍ତି । ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ଚନ୍ଦ୍ରଯାନ-୪ ମିଶନକୁ ମଞ୍ଜୁରୀ ଦେଇଥିଲେ। ଏହି ମିଶନ ୩୬ ମାସ ମଧ୍ୟରେ ସମାପ୍ତ ହେବ ବୋଲି ଆଶା କରାଯାଉଛି। ଏହି ମିଶନ ପାଇଁ ସରକାର ୨୧୦୪.୦୬ କୋଟି ଟଙ୍କାର ପାଣ୍ଠି ଯୋଗାଇଛନ୍ତି।

Leave A Reply

Your email address will not be published.