Latest Odisha News

BREAKING NEWS

ଚୁପ୍ ବସିଛି କେନ୍ଦ୍ର, ୪ ରାଜ୍ୟ କମାଇଲେଣି ତୈଳଦର… କେବେ କମାଇବ ଓଡ଼ିଶା ?

ଭୁବନେଶ୍ୱର: ଦେଶରେ ତୈଳଦର ବୃଦ୍ଧି ପାଇଥିବା ବେଳେ କେନ୍ଦ୍ର ଚୁପ୍ ବସିଛି । ଯାହାକୁ ନେଇ କେନ୍ଦ୍ର ଧର୍ମ ସଂକଟରେ ପଡ଼ିଛି । ବର୍ଦ୍ଧିତ ତୈଳଦରରୁ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ୪ ରାଜ୍ୟ ଟିକସ ହ୍ରାସ କରିଛନ୍ତି । ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ପଶ୍ଚିମବଙ୍ଗ ମଧ୍ୟ ଭାଟ୍ କମାଇଛି । ପଶ୍ଚିମବଙ୍ଗ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୧ ଟଙ୍କା ଭାଟ୍ କମାଇଛନ୍ତି । ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ଜାନୁଆରୀ ୨୯ରେ ଭାଟ୍ ୩୮ ପ୍ରତିଶତରୁ ୨ ପ୍ରତିଶତ ହ୍ରାସ କରି ୩୬ ପ୍ରତିଶତ କରିଥିଲା ।

ଆସାମ ମଧ୍ୟ ନିର୍ବାଚନ ପରିପ୍ରେକ୍ଷୀରେ ତୈଳଦର କମାଇଛି । କୋଭିଡ୍ ପାଇଁ ଲଗାଇଥିବା ଅତିରିକ୍ତ ଟିକସକୁ ଫେବ୍ରୁଆରୀ ୧୨ ତାରିଖରେ ଆସାମ ସରକାର ପ୍ରତ୍ୟାହାର କରିଥିଲେ । ଫଳରେ ପେଟ୍ରୋଲ ଓ ଡିଜେଲ ଉପରେ ଗ୍ରାହକଙ୍କୁ ୫ ଟଙ୍କା ଆଶ୍ୱସ୍ତି ମିଳିଥିଲା ।

ସେହିଭଳି ମେଘାଳୟ ଗ୍ରାହକଙ୍କୁ ତୈଳଦର ଉପରେ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି । ମେଘାଳୟ ପେଟ୍ରୋଲ ଉପରେ ୭ ଟଙ୍କା ୪୦ ପଇସା ହ୍ରାସ୍ କରିଥିବା ବେଳେ ଡିଜେଲ୍ ଉପରେ ୭ ଟଙ୍କା ୧୦ ପଇସା କମାଇଛି । ମେଘାଳୟ ଭାଟ୍ ହ୍ରାସ କରିଛି । ପେଟ୍ରୋଲ ଉପରେ ଥିବା ୩୧.୬୨କୁ ୨୦ ପ୍ରତିଶତକୁ ହ୍ରାସ୍ କରାଯାଇଥିବା ବେଳେ ଡିଜେଲ୍ ଉପରେ ଥିବା ୨୨.୯୫ ପ୍ରତିଶତ ଭାଟ୍ ହ୍ରାସ ପାଇଁ ୧୨ ପ୍ରତିଶତ ହୋଇଛି ।

୪ ରାଜ୍ୟ ଟିକସ ହ୍ରାସ୍ କରିଥିବା ବେଳେ କେନ୍ଦ୍ର ଏକ୍ସସାଇଜ୍ ଡ୍ୟୁଟି କମାଇବାକୁ ମନା କରି ଦେଇଛି । ଅନ୍ୟପଟେ ଓଡ଼ିଶା ସରକାର ଡିଜେଲ୍ ଓ ପେଟ୍ରୋଲ୍ ଉପରେ ନେଉଥିବା ଭାଟ୍ କମାଇବା ନେଇ କୌଣସି ନିଷ୍ପତ୍ତି ଏଯାଏଁ ନେଇ ନାହାଁନ୍ତି । ରାଜ୍ୟର ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦାମ ସର୍ବାଧିକ ୯୫ ଟଙ୍କା ୯୬ ପଇସା ରହିଥିବା ବେଳେ ସମସ୍ତ ଜିଲ୍ଲାରେ ପେଟ୍ରୋଲ ୯୦ ଟଙ୍କା ଉପରେ ରହିଛି । ଅନ୍ୟ ରାଜ୍ୟ ଭାଟ୍ ହ୍ରାସ୍ କରୁଥିବା ବେଳେ ଓଡ଼ିଶା ସରକାର ଟିକସ କମାଇବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.