ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଓଡ଼ିଶାର ପୌରସଂସ୍ଥା (ୟୁଏଲବି) ଗୁଡ଼ିକ ଲାଗି ପ୍ରଥମ କିସ୍ତିରେ ୧୮୬ କୋଟି ୫୮ ଲକ୍ଷ ଟଙ୍କାର ଅନୁଦାନ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ମଞ୍ଜୁର କରାଯାଇଛି ।
Thank PM Shri @narendramodi ji and FM @nsitharaman ji for the release of ₹186.58 crore, first instalment of the basic grant for Urban Local Bodies for the year 2019-20 to the state government of Odisha as per the recommendations of the 14th Finance Commission.
— Dharmendra Pradhan (@dpradhanbjp) March 20, 2020
ଏନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇବା ସହିତ ଅବଶିଷ୍ଟ ଅନୁଦାନ ମଞ୍ଜୁର କରିବା ଲାଗି ଅନୁରୋଧ କରିଛନ୍ତି । ଏହି ଅନୁଦାନ ମଞ୍ଜୁର ହେବା ଦ୍ୱାରା ରାଜ୍ୟର ପୌରସଂସ୍ଥା ଗୁଡ଼ିକ ଦ୍ୱାରା ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ଟ୍ୱିଟ୍ କରି ଶ୍ରୀ ପ୍ରଧାନ ଜଣାଇଛନ୍ତି ।
ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅମର ପଟ୍ଟନାୟକ, ସରୋଜିନୀ ହେମ୍ବ୍ରମ ଏବଂ ସସ୍ମିତ୍ ପାତ୍ର ମାର୍ଚ୍ଚ ୧୨ ତାରିଖରେ ବକେୟାର ରହିଥିବା ୭୦୦ କୋଟି ଟଙ୍କାର ଅର୍ଥ ମଞ୍ଜୁର କରିବା ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରିଥିଲେ । ଏହି ଅର୍ଥ ଗତ ୪ ବର୍ଷ ହେଲା ବକେୟା ହୋଇ ରହିଥିଲା ଏବଂ ୧୪ଶ ଅର୍ଥ କମିଶନ ପୂର୍ବରୁ ଏହାକୁ ଅନୁମୋଦନ କରିଥିଲେ । ରାଜ୍ୟର ୧୧୪ଟି ପୌରସଂସ୍ଥାର ବିକାଶ ତଥା ଜନହିତକର କାର୍ଯ୍ୟ ଏହି ଅନୁଦାନ ଦ୍ୱାରା ସମ୍ପାଦନ ହୋଇପାରିବ ।
ସେହିପରି ଭାବେ ଗତବର୍ଷ ଡ଼ିସେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୌରାଞ୍ଚଳ ବିକାଶ ଲାଗି ରହିଥିବା ବକେୟା ଅନୁଦାନ ମଞ୍ଜୁର କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ଦ୍ୱାରା ଅନୁରୋଧ କରିଥିଲେ ।
Comments are closed.