Latest Odisha News

କରୋନା ଯୋଗୁଁ କର୍ମଚାରୀଙ୍କ ପାଇଁ ୱାର୍କ-ଫ୍ରମ୍‌-ହୋମ୍ ବ୍ୟବସ୍ଥା ଆରମ୍ଭ କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌

ଭୁବନେଶ୍ୱର: ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧିପାଇବା ପରିପ୍ରେକ୍ଷୀରେ ଭାରତର ସର୍ବବୃହତ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କର୍ମଚାରୀମାନଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ (ଘରେ ରହି କାର୍ଯ୍ୟ କରିବା) ବ୍ୟବସ୍ଥା ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ହପ୍ପିଟାଲ୍‌, ରିଟେଲ୍ ଷ୍ଟୋର୍ ଓ ଟେଲିକମ୍ ସେବା ଭଳି ଜରୁରୀ କ୍ଷେତ୍ରରେ ସର୍ବନିମ୍ନ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ପରିଚାଳନା କରାଯାଉଥିବା କୁହାଯାଇଛି ।

କୋଭିଡ୍‌-୧୯ ସଂକ୍ରମଣ ବ୍ୟାପିଥିବାରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ତରଫରୁ ଏହାର କର୍ମଚାରୀଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ । ବ୍ୟବସାୟକୁ ଚାଲୁ ରଖିବା ଲାଗି କଂପାନି ତରଫରୁ ସର୍ବନିମ୍ନ ଆବଶ୍ୟକ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟ କରାଯାଉଛି ।

ନଭି ମୁମ୍ବାଇରେ ଥିବା ରିଲାଏନ୍ସ କର୍ପୋରେଟ୍ ପାର୍କ ଏବଂ ଜାମନଗରର ବିଶୋଧନାଗାର ଓ ପେଟ୍‌କେମ୍ ପରିସର ତଥା ଦେଶବ୍ୟାପୀ ରିଟେଲ୍ ଆଉଟ୍‌ଲେଟ୍‌ଗୁଡ଼ିକରେ କମ୍ପାନୀ ପକ୍ଷରୁ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରମୁଖ ଖୁଚୁରା ଗ୍ରୋସରି ଷ୍ଟୋର୍‌, ଟେଲିକମ୍ ସେବା, ହସ୍ପିଟାଲ୍ ଏବଂ ଜନସାଧାରଣ ଦରକାର କରୁଥିବା ତଥା ବ୍ୟବସାୟ ଜାରି ରଖିବା ଲାଗି ଦରକାର ହେଉଥିବା ଅତ୍ୟାବଶ୍ୟକ ସେବାଗୁଡ଼ିକୁ ପ୍ରଦାନ କରିବା ଜାରି ରଖିବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପ୍ରତିବଦ୍ଧ ବୋଲି କମ୍ପାନୀ ପ୍ରବକ୍ତା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.