Latest Odisha News

BREAKING NEWS

ବିମାନରେ ବୋମା ନେଇ ଗୁଜବ ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ବିମାନରେ ବୋମା ଥିବା ନେଇ ଧମକ ମିଳୁଛି। ଯାହାକୁ ନେଇ କଡା ପଦକ୍ଷେପ ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ଏଭଳି ଗୁଜବ କଲ୍ ଉପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରାପୁ କହିଛନ୍ତି ଯେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ଆବଶ୍ୟକ ହେଲେ ପଦକ୍ଷେପ ନିଆଯିବ।

ସେ ଆହୁରି ମଧ୍ଯ କହିଛନ୍ତି ଯେ ଆମେ ଏହିପରି ମାମଲାକୁ ରୋକିବା ପାଇଁ ବିମାନ ସୁରକ୍ଷା ନିୟମରେ ସଂଶୋଧନ। ଏହା କରିବା ଦ୍ୱାରା ଏଭଳି ମାମଲାରେ କେହି ଧରାପଡ଼ିଲେ ଆମେ ତାଙ୍କୁ ନୋ- ଫ୍ଲାଇଙ୍ଗ୍ ଜୋନରେ ପକାଇଦେବୁ। ଏହାକୁ ନେଇ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଛି।

ତେବେ ଗତ ୬ ଦିନ ମଧ୍ଯରେ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନରେ ବୋମା ଥିବା ନେଇ ୭୦ଟି ଧମକ ଆସିଥିଲା। କେବଳ ଗତ ଶନିବାର ଦିନ ୩୦ରୁ ଅଧିକ ବିମାନରେ ବୋମା ଧମକ ମିଳିଥିଲା। ଏକ୍ସପର୍ଟଙ୍କ ମତରେ ଏଭଳି ଗୁଜବ ପ୍ରଚାର ଦ୍ବାରା ଯାତ୍ରୀମାନଙ୍କ ସମୟ ନଷ୍ଟ ହେବା ସହିତ ଭୟର ବାତାବରଣ ମଧ୍ଯ ସୃଷ୍ଟି ହୋଇଥାଏ। ଅନ୍ୟପକ୍ଷରେ ବିମାନ କମ୍ପାନୀଗୁଡିକର ଖର୍ଚ୍ଚ ମଧ୍ୟ ବଢିଥାଏ। ଏହା ଛଡା ବିମାନଗୁଡ଼ିକର କାର୍ଯ୍ୟସୂଚୀ ମଧ୍ୟ ପ୍ରଭାବିତ ହୋଇଥାଏ।

Leave A Reply

Your email address will not be published.