Latest Odisha News

BREAKING NEWS

କର୍ପୋରେଟ ଟ୍ୟାକ୍ସ ହ୍ରାସ ପରେ ଶିଳ୍ପଜଗତରେ ପ୍ରବଳ ଉତ୍ସାହ

ନୂଆଦିଲ୍ଲୀ: ‘ଭାରତୀୟ ଶିଳ୍ପ ଜଗତ ଲାଗି ଏହାଠାରୁ ବଳି ପୂଜା ଉପହାର ଆଉ କିଛି ନାହିଁ,’ବୋଲି କହିଛି ଭାରତୀୟ ଶିଳ୍ପ ମହାସଂଘ । ଶୁକ୍ରବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ ଟ୍ୟାକ୍ସକୁ ୩୦ ପ୍ରତିଶତରୁ ୨୨ ପ୍ରତିଶତକୁ ହ୍ରାସ ହେବା ନେଇ ଏକ ବିରାଟ ଘୋଷଣା କରିବା ପରେ ଏବେ ଭାରତୀୟ ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି ।

କର୍ପୋରେଟ ଟ୍ୟାକ୍ସ୍ ହ୍ରାସ ହେବା ନେଇ ଘୋଷଣାର ପ୍ରାୟ କିଛି ଘଣ୍ଟା ପରେ ଏହାର ପ୍ରଭାବ ମଧ୍ୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ ଉପରେ ସୁପ୍ରଭାବ ପଡ଼ିଛି । ଏହାର ସୂଚକାଙ୍କ ସେନସେକ୍ସ ୨ ହଜାର ପଏଣ୍ଟକୁ ବୃଦ୍ଧି ପାଇଥିବାର ଲକ୍ଷ୍ୟ କରାଯାଇଛି । ଏହାଫଳରେ ୩୮ ପଏଣ୍ଟ ଉପରକୁ ଏବଂ ନ୍ୟାସନାଲ୍ ଷ୍ଟକ ଏକଚେଞ୍ଜ ନିଫଟି ୫୮୧ ପଏଣ୍ଟକୁ ବୃଦ୍ଧି ପାଇଥିବା ଜଣାପଡ଼ିଛି ।

ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା ପରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ସ୍ୱୀକାର କରିଛନ୍ତି ।

ତେବେ ଏହା ଦେଶରେ ସାମ୍ପ୍ରତିକ ଦେଖାଯାଇଥିବା ଅର୍ଥନୈତିକ ମାନ୍ଦାବସ୍ଥାକୁ ଦୂର କରିବାରେ କେତେମାତ୍ରାରେ ସକ୍ଷମ ହେଉଛି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.