Latest Odisha News

କେନ୍ଦ୍ର ଓ ରାଜ୍ୟଗୁଡ଼ିକ ଉପରେ ଏୟାର ଇଣ୍ଡିଆର ବକେୟା ପଡ଼ିଛି ୪୯୮ କୋଟି ଟଙ୍କା

ନୂଆଦିଲ୍ଲୀ : ଭିଭିଆଇପିଙ୍କ ଯାତ୍ରା, ନିରାପତ୍ତା କାର୍ଯ୍ୟ, ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଯାତ୍ରା ବାବଦରେ କେନ୍ଦ୍ର ଓ ରାଜ୍ୟ ଉପରେ ଏୟାର ଇଣ୍ଡିଆର ବକେୟା ପଡିଛି ଟଙ୍କା । ୩୧ ଡିସେମ୍ବର
୨୦୨୦ ସୁଦ୍ଧା ଉଭୟ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ଉପରେ ଏୟାର ଇଣ୍ଡିଆର ୪୯୮.୧୭ କୋଟି ଟଙ୍କା ବକେୟା ପଡ଼ିଛି । ଏନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂହ ପୁରୀ ।

ଭିଭିଆଇପିଙ୍କ ଯାତ୍ରା ବାବଦରେ ରାଜ୍ୟ ତଥା କେନ୍ଦ୍ର ସରକାର ୮୪.୫୭ କୋଟି, ବିଦେଶୀ ମାନ୍ୟଗଣ୍ୟଙ୍କ ଯାତ୍ରା ପାଇଁ ୧୨.୬୧ କୋଟି ଟଙ୍କା, ଉଦ୍ଧାର କାର୍ଯ୍ୟ ପାଇଁ ୯.୬୭ କୋଟି ଏବଂ ଅନ୍ୟାନ୍ୟ ବକେୟା ଦେୟ ବାବଦରେ ୩୯୧.୩୨ କୋଟି ଟଙ୍କାର ବକେୟା ରଖିଛନ୍ତି ବୋଲି ମନ୍ତ୍ରୀ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟସଭାକୁ ଜଣାଇଛନ୍ତି । ୨୦୧୯-୨୦ରେ ୭.୯୮୨ କୋଟି ଟଙ୍କାର କ୍ଷତି ସହିଛି ଏୟାର ଇଣ୍ଡିଆ । ୨୦୧୮-୧୯ରେ ଏହି କ୍ଷତିର ପରିମାଣ ଥିଲା ୮.୫୫୬ କୋଟି ଟଙ୍କା।

Leave A Reply

Your email address will not be published.