Latest Odisha News

BREAKING NEWS

ଆଉ ରବିବାର ବନ୍ଦ ରହିବନି ଶ୍ରୀମନ୍ଦିର

ପୁରୀ: କରୋନା ସଂକ୍ରମଣର ଭୟ ରହୁଥିବାରୁ ପ୍ରତି ରବିବାର ଶ୍ରୀମନ୍ଦିରକୁ ସାନିଟାଇଜ କରିବା ପାଇଁ ବନ୍ଦ ରଖାଯାଉଥିଲା । ତେବେ ଏଣିକି ଆଉ ରବିବାର ବନ୍ଦ ରହିବନି ଶ୍ରୀମନ୍ଦିର । ଶ୍ରଦ୍ଧାଳୁ ଜଗା ଦର୍ଶନ ସହ ଆନନ୍ଦବଜାରରେ ବସି ମହାପ୍ରସାଦ ଖାଇ ପାରିବେ । ଏ ନେଇ ଆଜି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଡକ୍ଟର କ୍ରିଷନ କୁମାର ।

ଶ୍ରଦ୍ଧାଳୁଙ୍କ ପାଇଁ ସକାଳ ୬ଟାରୁ ମନ୍ଦିର ଖୋଲିବ । କରୋନା ପାଇଁ ଦାର୍ଘ ୯ ମାସ ମନ୍ଦିର ବନ୍ଦ ରହିଥିଲା । ଭକ୍ତମାନେ ଚକାଆଖି ଦର୍ଶନରୁ ବଞ୍ଚିତ ହୋଇଥିଲେ । ଗତ ଡିସେମ୍ବର ମାସ ଶେଷ ଆଡକୁ ମନ୍ଦିର ଖୋଲା ହୋଇଥିଲେ ମଧ୍ୟ ଅନେକ କଟକଣା ଲାଗୁ ହୋଇଥିଲା । ପ୍ରଥମେ କୋଭିଡ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ଥିବା ବେଳେ ପରବର୍ତ୍ତୀ ସମୟରେ ଏଥିରେ କୋହଳ କରାଯାଇଥିଲା । ତେବେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ମାସ୍କ ବାଧ୍ୟତାମୂଳକ ହୋଇଥିବା ବେଳେ ସାମାଜିକ ଦୂରତ୍ୱ ନିୟମ ମଧ୍ୟ ପାଳନ ହେଉଛି । ତେବେ ମନ୍ଦିରକୁ ଫୁଲମାଳ ଓ ଦୀପ ନେବା ଉପରେ କଟକଣା ଲାଗିଛି ।

Leave A Reply

Your email address will not be published.