Latest Odisha News

BREAKING NEWS

ଜମ୍ମୁରେ ମୁତୟନ ହେବେ ୧୮୦୦ CRPF ଯବାନ

ଶ୍ରୀନଗର: ଜମ୍ମୁରେ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସିଆରପିଏଫ୍ ପକ୍ଷରୁ ଅତିରିକ୍ତ ୧୮ କମ୍ପାନୀ ଜମ୍ମୁକାଶ୍ମୀରରେ ମୁତୟନ ହେବେ । ନିକଟରେ ରାଜୌରିରେ ଆତଙ୍କବାଦୀ ଦୁଇଥର ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ ।

ଲଗାତାର ଦୁଇ ଦୁଇ ଥର ସାଧାରଣ ଲୋକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ୧୮ କମ୍ପାନୀ ସିଆରପିଏଫ ଯବାନ ମୁତୟନ ହେବେ । ପ୍ରାୟ ୧୮୦୦ ଯବାନ ଜମ୍ମୁର ବିଶେଷ କରି ପୁଞ୍ଚ ଓ ରାଜୌରିରେ ମୁତୟନ ହେବେ ।

ଗୁଇନ୍ଦା ସୂଚନା ଅନୁସାରେ, ଶୀଘ୍ର ହିଁ ୮ କମ୍ପାନୀ ସିଆରପିଏଫ୍ ଜମ୍ମୁର ନିକଟବର୍ତ୍ତୀ ଅଞ୍ଚଳରେ ମୁତୟନ କରାଯିବ । ସେହିଭଳି ୧୦ କମ୍ପାନୀ ସିଆରପିଏଫ୍ ଦିଲ୍ଲୀରୁ ଜମ୍ମୁ ପଠାଯିବ । ନିକଟରେ ୨ଟି ଆତଙ୍କବାଦୀ ଆକ୍ରମଣରେ ୬ ଜଣ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ୨ ଜଣ ଛୁଆ ଥିଲେ ।

Leave A Reply

Your email address will not be published.