Latest Odisha News

ପାକିସ୍ତାନରେ ୨ ଆଇଏସଆଇ ଅଧିକାରୀଙ୍କୁ ଗୁଳି କରି ହତ୍ୟା

ଲାହୋର: ପାକିସ୍ତାନରେ ବୁଧବାର ୨ ଆଇଏସଆଇ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମଙ୍ଗଳବାର ରାତିରୁ ଏହି ଘଟଣା ଘଟିଥିଲେ ମଧ୍ୟ ବୁଧବାର ମିଡିଆକୁ ଏ ସମ୍ପର୍କରେ ରିପୋର୍ଟ ପ୍ରଦାନ କରାଯାଇଥିଲା । ପଞ୍ଜାବର ଖାନୱାଲ ସହରର ଏକ ହୋଟେଲର ପାର୍କିଂରେ ଏହି ଦୁଇ ଅଫିସର ଉପସ୍ଥିତ ଥିବା ବେଳେ ଜଣେ ଦୁବୃତ ସେମାନଙ୍କ ଉପରକୁ ଗୁଳି କରି ଫେରାର ହୋଇ ଯାଇଥିଲା । ମିଡିଆ ରିପୋର୍ଟ୍ସ ଅନୁସାରେ ମୃତ୍ୟୁବରଣ କରିଥିବା ଦୁଇ ଅଫିସରଙ୍କ ନାମ ହେଲା ନବୀଦ ସାଦିକ ଓ ନାସୀର ଅବାସ ।

ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତେଜନା ଏହାର ଏକ କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ଟିଟିପି ଆତଙ୍କବାଦୀ ସଂଗଠନ ବାରମ୍ବାର ପାକିସ୍ତାନ ଉପରେ ଆକ୍ରମଣ କରୁଥିବାରୁ ଏହି ଘଟଣାରେ ମଧ୍ୟ ସାମିଲ ଥିବା ନେଇ ସନ୍ଦେହ କରାଯାଉଛି ।

Leave A Reply

Your email address will not be published.