Latest Odisha News

BREAKING NEWS

ସରକାର ଗଠନ ପରେ ଆକ୍ସନ ମୋଡରେ ମୋଦୀ, ପିଏମ ଆବାସ ଯୋଜନାରେ ମିଳିବ ଆଉ ୩ କୋଟି ଘର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ଵରେ ବସିଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ୨ଟି ବଡ଼ ଘୋଷଣା କରିଛନ୍ତି। ପ୍ରଥମତଃ ପିଏମ୍ କିସାନ ନିଧିର ୧୭ତମ କିସ୍ତି ରିଲିଜ୍ କରାଯିବା ନେଇ ଘୋଷଣା କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଗୃହହୀନଙ୍କ ପାଇଁ ଆଉ ୩ କୋଟି ଘର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୋଦୀ ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କୁ ବଡ଼ ଉପହାର ଦେଇଛନ୍ତି। ପିଏମ କିଷାନ ନିଧି ୧୭ତମ କିସ୍ତି ରିଲିଜ କରିବା ପାଇଁ ମୋଦୀ ଏକ ଫାଇଲରେ ଦସ୍ତଖତ କରିଛନ୍ତି। ଏହାଦ୍ୱାରା ୯.୩ କୋଟି ଚାଷୀଙ୍କୁ ଉପକୃତ ହେବେ ଏବଂ ପ୍ରାୟ ୨୦ ହଜାର କୋଟି ଟଙ୍କା ବଣ୍ଟନ କରାଯିବ।

ସୂଚନାଯୋଗ୍ୟ ଯେ, ୨୦୧୫ ଜୁନ ୨୫ ତାରିଖରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୁଭାରମ୍ଭ କରିଥିଲେ ମୋଦୀ । ଗ୍ରାମଞ୍ଚଳ ଏବଂ ସହରାଞ୍ଚଳରେ ବସବାସ କରୁଥିବା ଭୁମିହୀନ ପରିବାରକୁ ମୌଳିକ ସୁବିଧା ଯୋଗାଇଦେବା ସହ ଗୃହ ନିର୍ମାଣରେ ସହାୟତା କରିବା ହେଉଛି ଏହି ଯୋଜନାର ଲକ୍ଷ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗତ ୧୦ ବର୍ଷରେ ଯୋଗ୍ୟ ହୀତାଧିକାରୀଙ୍କ ପାଇଁ ମୋଟ ୪.୨୧ କୋଟି ଘର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।

Leave A Reply

Your email address will not be published.