Latest Odisha News

BREAKING NEWS

ମୌସୁମୀର ଆଗମନ ସତ୍ତ୍ବେ ୪୦ ଡିଗ୍ରୀ ଉପରେ ୧୮ ସହର

ଭୁବନେଶ୍ଵର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଜୀବନ ବଞ୍ଚିବା କଷ୍ଟକର ହୋଇଗଲାଣି । ଦକ୍ଷିଣ ଓଡ଼ିଶାରେ ମୌସୁମୀ ଛୁଇଁଥିଲେ ବି ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଉପକୂଳରେ ମଧ୍ୟ ଲାଗି ରହିଛି ଅସହ୍ୟ ଗୁଳୁଗୁଳି । ଆହୁରି ୪ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବାର ସମ୍ଭାବନା ନଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ କିନ୍ତୁ ମୌସୁମୀର ଆଗମନ ସତ୍ତ୍ବେ ୪୦ ଡିଗ୍ରୀ ଉପରେ ୧୮ ସହର । ୪୪ ଡିଗ୍ରୀ ସହ ନୂଆପଡ଼ା ପାଲଟିଛି ସବୁଠୁ ଉତ୍ତପ୍ତ ସହର । ସେହିପରି ବୌଦ୍ଧରେ ୪୨.୮ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ପାରଳାଖେମୁଣ୍ଡିରେ ୪୨.୪, ବଲାଙ୍ଗିରରେ ୪୨.୨, ବାରିପଦାରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଟ କରାଯାଇଛି ।

ଅନ୍ୟପଟେ ନୟାଗଡରେ ୪୧.୭, ଝାରସୁଗୁଡା, ତାଳଚେର ଏବଂ ସମ୍ବଲପୁରରେ ୪୧.୬, ବରଗଡ ଏବଂ ଢେଙ୍କାନାଳରେ ୪୧.୨, ଅନୁଗୁଳରେ ୪୧.୧, ଟିଟିଲାଗଡ, ଖୋର୍ଦ୍ଧା ଏବଂ ରାଉରକେଲାରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ ରାଜ୍ୟରେ ପ୍ରଚଣ୍ଡ ତାତିକୁ ଦୃଷ୍ଟିରେ ରଖି ୮ ଜିଲ୍ଲାପାଳଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଏସଆରସି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲା ପାଇଁ ଜାରି ହୋଇଛି ନିର୍ଦ୍ଦେଶନାମା । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ ଘରୁ ନବାହାରିକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.