ଭୁବନେଶ୍ୱର: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ସେଞ୍ଚୁରିଅନ୍ ୟୁନିଭରସିଟି ପ୍ରବେଶିକା ପରୀକ୍ଷା (ସିୟୁଇଇ) ୨୦୨୪ ପାଇଁ ଆବେଦନ ଆରମ୍ଭ ହୋଇଛି । ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୧୪ ଟି ବିଦ୍ୟାଳୟର ୬୩ ଟି ପାଠ୍ୟକ୍ରମ ପାଇଁ ଆବେଦନ ଆରମ୍ଭ ହୋଇଛି ବୋଲି ଓଡ଼ିଶା ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ଓ ଆଡମିଶନ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ ସୁକାନ୍ତ ପରିଡା ସୂଚନା ଦେଇଛନ୍ତି ।
କୁଳପତି କହିଛନ୍ତି ଯେ “ଜୀବନ ଗଠନ, ସମ୍ପ୍ରଦାୟକୁ ସଶକ୍ତ” କରିବା ଉଦ୍ଦେଶ୍ୟରେ ସେଞ୍ଚୁରିଅନ୍ ବିଶ୍ୱାସ କରେ । ଆମର ବ୍ୟବହାରିକ ଶିକ୍ଷଣ ମଡେଲ୍ ମଧ୍ୟ ଏହାର ପ୍ରମାଣ । ସେହିପରି ଆଡମିଶନ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ କହିଛନ୍ତି ଯେ, ଏରୋସ୍ପେସ୍, ଇସିଇ, ଡାଏରୀ ଟେକ୍, ଫାଇଟୋଫାର୍ମା, ବାୟୋ-ଇଞ୍ଜିନିୟରିଂ, ସ୍ୱାସ୍ଥ୍ୟ ବିଜ୍ଞାନ, ମ୍ୟାନେଜମେଣ୍ଟ, ଆଇନ, ଫୋରେନସିକ୍ ସାଇନ୍ସ, ଡିଜିଟାଲ୍ ଫୋରେନସିକ୍ ଏବଂ ସାଇବର ସିକ୍ୟୁରିଟି, ଆନିମେସନ୍ ଏବଂ ମଲ୍ଟିମିଡ଼ିଆ, ପ୍ରାଣୀ ଚିକିତ୍ସା ଏବଂ ପଶୁପାଳନ, ସାମୁଦ୍ରିକ ଇଞ୍ଜିନିୟରିଂଭଳି ଉନ୍ନତ ଷ୍ଟ୍ରିମ୍ ସମେତ ଏକାଧିକ ପାଠ୍ୟକ୍ରମରେ ଆଡମିଶନ ପାଇଁ ସିୟୁଇଇ ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀମାନେ ମଙ୍କରର.ମଙ୍କଗ୍ଧଜ୍ଞ.ବମ.ସଦ୍ଭ ରେ ମଙ୍କରର ୨୦୨୪ ପାଇଁ ଆବେଦନ କରିପାରିବେ ।
Comments are closed.