Latest Odisha News

ନିର୍ବାଚନ ଡ୍ୟୁଟି ଯାଇଥିବା ପୋଲିଂ ଅଧିକାରୀଙ୍କ ମୃତ୍ୟୁ, ମିଳିବ ୧୫ ଲକ୍ଷର ଅନୁକମ୍ପା ରାଶି

ବଲାଙ୍ଗୀର: ବଲାଙ୍ଗୀରରେ ନିର୍ବାଚନ ଡ୍ୟୁଟିରେ ଯାଇଥିବା ପୋଲିଂ ଅଧିକାରୀଙ୍କ ମୃତ୍ୟୁ I ମୃତ ପୋଲିଂ ଅଧିକାରୀ ହେଉଛନ୍ତି ଜଣେ ଶିକ୍ଷକ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ନାଁ ସୁଶୀଲ କୁମାର ଆଚାର୍ଯ୍ୟ । ସେ ଆଗଲପୁର ବ୍ଲକ ପଟୁଆପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ । ଡ୍ୟୁଟି ପାଇଁ ଟିଟିଲାଗଡ ଯାଇଥିଲେ। ଟିଟିଲାଗଡ଼ରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗୀର ମେଡିକାଲରେ ମୃତ୍ୟୁ ହୋଇଥିଲା।

ସୂଚନା ଅନୁସାରେ, ଆସନ୍ତାକାଲି ବଲାଙ୍ଗିର ଜିଲ୍ଲାରେ ମତଦାନ ଅନୁଷ୍ଠିତ ହେବ । ସେଥିପାଇଁ ସମସ୍ତ ପୋଲିଂ ଅଧିକାରୀ ମତଦାନ ସ୍ଥଳକୁ ଯାଇଛନ୍ତି । ଭୋଟ ପାଇଁ ଟିଟିଲାଗଡ଼ ଡି.ଏ. ଭି କଲେଜ ଡିସ୍ପୋର୍ଶାଳ ସେଣ୍ଟରରୁ ଭୋଟିଂ ସରଞ୍ଜାମ ସଂଗ୍ରହ କରୁଥିଲେ ପୋଲିଂ କର୍ମଚାରୀ । ଏହି ସମୟରେ ଥାର୍ଡ଼ ପୋଲିଂ କର୍ମଚାରୀ ଦାୟିତ୍ୱରେ ଥିବା ଆଗଲପୁର ବ୍ଲକ ପଟୁଆପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଶୀଲ କୁମାର ଆଚାର୍ଯ୍ୟ ଛାତିରେ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହୋଇଥିଲେ । ତୁରନ୍ତ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗୀର ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି ।

ସେପଟେ ପୋଲିଂ ଅଫିସରଙ୍କ ମୃତ୍ୟୁକୁ ନେଇ ସିଇଓଙ୍କ ପକ୍ଷରୁ ସହାୟତା ଘୋଷଣା କରାଯାଇଛି । ମୃତ ପୋଲିଂ କର୍ମଚାରୀଙ୍କ ପରିବାରକୁ ମିଳିବ ୧୫ ଲକ୍ଷର ଅନୁକମ୍ପା ରାଶି । ECI ଗାଇଡଲାଇନ ଅନୁସାରେ ଅନୁକମ୍ପା ରାଶି ଦେବାକୁ ଘୋଷଣା କରାଯାଇଛି ।

Comments are closed.