Latest Odisha News

ସର୍ବସାଧାରଣରେ ଥିବା ରାଜନେତାଙ୍କ ଫଟୋ ହଟାଇବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବାର ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସାର୍ବଜୈନିକ ସ୍ଥାନରୁ ରାଜନୈତିକ ନେତାମାନଙ୍କର ଫଟୋ ହଟାଇବାକୁ ପ୍ରସ୍ତୁତି ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭାରତ ନିର୍ବାଚନ ଆୟୋଗ ଦ୍ୱାରା ଯେକୌଣସି ମୁହୂର୍ତ୍ତରେ ଲୋକସଭା ଏବଂ ଓଡିଶା ବିଧାନସଭା ନିର୍ବାଚନ ନେଇ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିପାରନ୍ତି ।

ଏନେଇ ସିଇଓ ମୁଖ୍ୟ ଶାସନ ସଚିବଙ୍କୁ ଏକ ପତ୍ର ଲେଖି ଜଣାଇଛନ୍ତି ଯେ ସାର୍ବଜୈନିକ ସ୍ଥାନ, ସରକାରୀ କାର୍ଯ୍ୟାଳୟ ଓ ୱେବସାଇଟରେ ସମସ୍ତ ରାଜନେତାମାନଙ୍କ ଫଟୋକୁ ଚିହ୍ନଟ କରାଯାଇ ଏହାର ଏକ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ଉଲ୍ଲେଖ କରିଛନ୍ତି ।

ଏହାବ୍ୟତିତ ରାଜ୍ୟ, ଜିଲ୍ଲା, ସବ୍ ଡିଭିଜନ୍, ବ୍ଲକ୍ ଓ ଗ୍ରାମପଞ୍ଚାୟତ ସ୍ତରରେ ଜଣେ ଜଣେ ନୋଡାଲ୍ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ସେ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ କି ଆଦର୍ଶ ଆଚରଣ ବିଧି ଲାଗୁ ହେବାର ୨୪ ଘଣ୍ଟା ମଧ୍ୟରେ ରାଜନୈତିକ ନେତାମାନଙ୍କର ଫଟୋ ଶୀଘ୍ର ହଟାଇ ହେବ ।

ଆହୁରି ମଧ୍ୟ ସମସ୍ତ ମହାନଗର ନିଗମ ଓ ପୌରସଂସ୍ଥାର କମିଶନର ଓ ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.