Latest Odisha News

BREAKING NEWS

ଅନ ଲାଇନ ମିଟିଂରେ ସିଇଓ କ୍ଷଣିକରେ ନେଇଗଲେ ୯୦୦ କର୍ମଚାରୀଙ୍କ ଚାକିରୀ

ନ୍ୟୁୟର୍କ: ନ୍ୟୁୟର୍କରେ ଏକ ଅନଲାଇନ ମିଟିଂରେ ଜଣେ ସିଇଓ କ୍ଷଣିକରେ ୯୦୦ କର୍ମଚାରୀଙ୍କ ଚାକିରୀ ନେଇ ଯାଇଛନ୍ତି । ଯାହା ଏବେ ସବୁଠାରେ ଚର୍ଚ୍ଚାର କାରଣ ସାଜିଛି । ବେଟର.କମ ନାମକ ଏକ ସଂସ୍ଥ୍‌ାର ସିଇଓ ବିଶାଳ ଗର୍ଗ ଏହି କାମ କରିଛନ୍ତି । ଜୁମ ମିଟିଂରେ ଗର୍ଗ କର୍ମଚାରୀଙ୍କ ସହ ବୈଠକ ଆରମ୍ଭ କରିଥିଲେ । ଆରମ୍ଭରୁ ସେ କହିଥିଲେ ମୁଁ ଆପଣମାନଙ୍କ ଖରାପ ଖବର ଆଣିଛି । ବଜାର ବଦଳିଯାଇଛି, ଆମକୁ ତିଷ୍ଠି ରହିବାକୁ ହେବ । ଆପଣମାନଙ୍କୁ ସଙ୍ଗେ ସଙ୍ଗେ ଚାକିରୀଙ୍କୁ ବାହାର କରି ଦିଆଯାଉଛି ।

ନୂତନ ବର୍ଷ ପୂର୍ବରୁ କୌଣସି ଚେତାବନୀ ନ ଦେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ବିଭିନ୍ନ ମହଲରେ ଗର୍ଗଙ୍କୁ ନିନ୍ଦା କରାଯାଉଛି । ସୂଚନାଯୋଗ୍ୟ, ବେଟରଡଟକମ ଜାପାନର ଏକ ସଫ୍ଟ ବ୍ୟାଙ୍କ ନିବେଶକ କମ୍ପାନୀ । ଗତ ସପ୍ତାହରେ କମ୍ପାନୀକୁ ୭୫ କୋଟି ଡଲାର ନଗଦ ମିଳିଥିଲା ।

Leave A Reply

Your email address will not be published.