Latest Odisha News

BREAKING NEWS

୯୦୦ କର୍ମଚାରୀଙ୍କ ଚାକିରୀ ଖାଇଥିବା ବିଶାଳ ଗର୍ଗ ଗଲେ ଲମ୍ବା ଛୁଟିରେ

ନୂଆଦିଲ୍ଲୀ: ୯୦୦ କର୍ମଚାରୀଙ୍କ ଜୁମ କଲ ମାଧ୍ୟମରେ ତୁଗଲକ ଫର୍ମାନା ଶୈଳୀରେ ଚାକିରୀ ଖାଇଥିବା ବେଟର ଡଟ କମ୍ପାନୀର ସିଇଓ ବିଶାଳ ଗର୍ଗ ବିଭିନ୍ନ ମହଲରେ ସମାଲୋଚିତ ହେବା ପରେ ଏବେ ତାଙ୍କର ଛୁଟି ହୋଇଛି । ଏକ ରିପୋର୍ଟ ମୁତାବକ କମ୍ପାନୀ ଏହି ଭାରତୀୟ ବଂଶୋଦ୍ଭବଙ୍କୁ ଏକପ୍ରକାର ଚାକିରୀରେ ବାହାର କରିଥିଲେ ମଧ୍ୟ ତାହା ପ୍ରକାଶ କରି ଲମ୍ବା ଛୁଟିରେ ରହିବା ପାଇଁ କହିଛି ।

କର୍ମଚାରୀମାନଙ୍କୁ ଛଟେଇ କରିବା ପରେ ବିଶାଳ ଟ୍ରୋଲ ହୋଇଥିଲେ ଏବଂ ସେ ଏଥିନେଇ କ୍ଷମା ମଧ୍ୟ ମାଗିଥିଲେ । ମାତ୍ର ଏହା ଦ୍ୱାରା କମ୍ପାନୀର ମାନ କମିଥିଲା । ଏବେ କମ୍ପାନୀ ତାଙ୍କ ସ୍ଥାନରେ ଚିଫ ଫାଇନାନ୍ସିଆଲ ଅଫିସର କେଭିନ ର‌୍ୟାନ ଏହି ଦାୟିତ୍ୱ ପ୍ରଦାନ କରିଛି ।

Leave A Reply

Your email address will not be published.