Latest Odisha News

BREAKING NEWS

ବୋଲେରୋ ଓ ବାଇକ ମୁହାଁମୁହିଁ ଧକ୍କାରେ ୨ ମୃତ

ନବରଙ୍ଗପୁର : ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ସରାଗୁଡା ନିକଟରେ ବୋଲେରୋ ଓ ବାଇକ ମୁହାଁମୁହିଁ ଧକ୍କାହେବା ଫଳରେ ଘଟଣା ସ୍ଥଳରେ ବାସିନୀ ଗାଁର ବାଇକ ଆରୋହୀ ଧନୃର୍ଜୟ ଗୌଡ ଓ କଙ୍ଗରା ଗ୍ରାମର ଖଗ ଗୌଡଙ୍କ ମୃତ୍ୟୁ ହୋଇଯାଇଛି ।

ସୂଚନା ଅନୁସାରେ ବୋଲେର କର୍ମଚାରୀଙ୍କୁ ନେଇ ଯାଉଥିବା ସମୟରେ ବିପରିତ ଦିଗରୁ ଆସିଥିବା ଏକ ବାଇକକୁ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।ଫଳରେ ବାଇକରେ ଆସିଥିବା ଦୁଇ ବାଇକ ଆରୋହୀ ରାସ୍ତା କଡକୁ ଖସି ପଡିଥିଲେ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ । ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି ।

ପରେ ଗାଡି ଦୁଇଟିକୁ ପୋଲିସ ଡଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ହେଲେ ଦୁର୍ଘଟଣା ପରେ ବୋଲେର ଡ୍ରାଇଭର କୁଆଡେ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.