Latest Odisha News

BREAKING NEWS

ଅଭିନେତା ସିଜେନଙ୍କ ବିରୋଧରେ ଘରୋଇ ହିଂସାର ଆରୋପ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତା ସିଜେନ୍ ଖାନ୍‌ଏବେ ଚର୍ଚ୍ଚାରେ । ସୁପରହିଟ୍ ଧାରାବାହିକ ‘କସୋଟି ଜିନ୍ଦେଗି କେ’ରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ ସିଜେନ୍ । ସିଜେନଙ୍କ ପତ୍ନୀ ବୋଲି ଦାବି କରି ଆୟିଶା ପିରାନୀ ନାମକ ଜଣେ ମହିଳା ତାଙ୍କ ଉପରେ ଘରୋଇ ହିଂସାର ଆରୋପ ଲଗାଇଛନ୍ତି । ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ଭିତ୍ତିହୀନ ବୋଲି କହିଛନ୍ତି ସିଜେନ ।

ସୋମବାର ସନ୍ଧ୍ୟାରେ ଆୟଶା ପିରାନୀ ନାମକ ଜଣେ ମହିଳା ଏକ ସାକ୍ଷାତକାରରେ ନିଜକୁ ସିଜେନଙ୍କ ପତ୍ନୀ ବୋଲି କହିଥିଲେ । ଅଭିନେତା ତାଙ୍କୁ ଠକିଛନ୍ତି ଏବଂ ଆମେରିକାର ଗ୍ରୀନ୍ କାର୍ଡ ପାଇବାରେ ବ୍ୟବହାର କରିଛନ୍ତି । ଜୁନ୍ ୭ରେ ଅଭିନେତାଙ୍କ ବିରୋଧରେ ଏଫ୍‌ଆଇଆର୍ ଦାଖଲ କରିଥିଲେ ଏବଂ ନିର୍ଯାତନା ଦେଇଥିବାରୁ ତାଙ୍କଠାରୁ ୮ଲକ୍ଷ ଟଙ୍କା କ୍ଷତିପୂରଣ ମାଗିଥିଲେ ।

ଏହା ଜାଣିବା ପରେ ସିଜେନ୍ ନିଜର ପ୍ରତିକ୍ରିୟା ରଖିଥିଲେ । ଏହା ସମ୍ପୂର୍ଣ୍ଣ ମିଥ୍ୟା । ଉକ୍ତ ମହିଳାଜଣକ କ’ଣ କହୁଛନ୍ତି ମୁଁ ସେ ବିଷୟରେ କିଛି ଜାଣେ ନାହିଁ । ମୋ ବିରୋଧରେ କୌଣସି ଏତଲା ଦାଖଲ କରାଯାଇ ନାହିଁ ।

Leave A Reply

Your email address will not be published.