Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ଭିତରେ ଏକ ବିଶେଷ ବିଧି ସlହlଣ ମେଲା ବିଷୟରେ ବିଷଦ ଆଲୋଚନାରୁ ଜାଣିଲେ । ଏହା ଶ୍ରୀମନ୍ଦିର ସତ୍ୱଲିପି ନିର୍ଦ୍ଦେଶିତ ନୀତି ନୁହେଁ। କିଛି ବିଷୟକୁ ଆଖି ଆଗରେ ରଖି ଏହା ପ୍ରଚଳିତ ନୀତିଟିଏ। ସେଥିପାଇଁ ଏହାର ନିର୍ଦ୍ଧାରିତ ସମୟ ନାହିଁ। ଦିନକୁ ଦୁଇଥର କରିବାର ଆବଶ୍ୟକତା ମଧ୍ଯ ନାହିଁ। ଅବକାଶ ନୀତି ପରେ ଅବକାଶ ବେଶ ଥାଇ ଯଦି ସlହlଣ ମେଲା ହୋଇଛି ।ତେବେ ପୁନଶ୍ଚ ମଇଲମ ହୋଇ ବେଶ ଲାଗି ପାଇଁ ପ୍ରସ୍ତୁତି ହୋଇଥାଏ। ଶ୍ରୀମନ୍ଦିର ସତ୍ୱଲିପିରେ ଏହାର ସମୟ ପ୍ରାୟ ସକାଳ ୮ ଘଣ୍ଟା ରୁ ୮.୩୦ ମି ମଧ୍ୟରେ ଅନୁଷ୍ଠିତ ହେବା ନିୟମ। ଏହି ବେଶ ବିଭିନ୍ନ ବାର ଅନୁସାରେ, ବିଭିନ୍ନ ଋତୁରେ କିଛି ବିଶେଷ ବ୍ୟବସ୍ଥା ସହ ତଥା ବିଭିନ୍ନ ପର୍ବ ପର୍ବାଣୀମାନଙ୍କରେ ଭିନ୍ନ ଭିନ୍ନ ବସ୍ତ୍ର, ଅଳଙ୍କାର, ପୁଷ୍ପ, ତୁଳସୀ ଦୟଣା ଇତ୍ୟାଦି ବ୍ୟବହାର କରି ବେଶ କରାଯାଇଥାଏ। ସାଧାରଣତଃ ପୁଷ୍ପାଳକ ସେବକ ମାନଙ୍କ ଦ୍ୱାରା ଏହି ବେଶ କରାଯାଇଥାଏ.ଠିକ ୮ .୩୦ ମିନିଟ ପରେ ପରେ ପ୍ରଭୁଙ୍କର ରୋଷ ହୋମବିଧି ପାଳିତ ହୋଇଥାଏ।ଏହା ଶ୍ରୀମନ୍ଦିର ସତ୍ୱଲିପି ପ୍ରକାରେ ସଠିକ ସମୟରେ କରାଯାଇଥାଏ. ଏହି ହୋମ ଟି ରୋଷ ଘର କୋଠଚୁଲି ନିକଟରେ ହୋଇଥାଏ। ପୂର୍ବେ ଏହି ହୋମ ଦେଉଳ ପୁରୋହିତ କରୁଥିଲେ। କିନ୍ତୁ ବର୍ତ୍ତମାନ ପୂଜାପଣ୍ଡା ସେବକ ଏହା କରୁଛନ୍ତି । କୁହାଯାଏ ରତ୍ନ ବେଦୀରେ ବେଶ ଓ ରୋଷ ଘରେ ରୋଷ ହୋମ ଏକ ସମୟରେ ହୋଇଥାଏ। ଏହାପରେ ସୂର୍ଯ୍ୟ ପୂଜା ଓ ଦ୍ୱାରପାଳ ପୂଜା ଅନୁଷ୍ଠିତ ହୁଏ। ଏହାକୁ ବିଶେଷ ଭାବରେ ଆଲୋଚନା କରିବା ଆଗାମୀ ଅଧ୍ୟାୟମାନଙ୍କରେ ।ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।

ଦେହକୁ ଦେଖୁ ଥିବ ଭିନ୍ନ
କାଷ୍ଠରେ ଯେହ୍ନେ ହୁତlସନ ।
ଏ ରୂପେ ଆତ୍ମା ନିର୍ବିକାର
ଏ ଦେହ ଗୁଣରୁ ବାହାର ।
ଦେହର ମଧ୍ୟେ ଯେଣୁ ଥାଇ
ତା ନାମ ଗୁଣକୁ ଭଜଇ ।

 

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.