Latest Odisha News

ଚହଲଙ୍କ ପୋଷ୍ଟ ପ୍ରଶଂସକଙ୍କୁ କଲା ଭାବପ୍ରବଣ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଭିଜ୍ଞ ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ଏକ ପୋଷ୍ଟ ଏବେ ପ୍ରଶଂସକଙ୍କୁ ଭାବପ୍ରବଣ କରିଛି । ପତ୍ନୀ ଧନଶ୍ରୀ ବର୍ମାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏପରିକି ଉଭୟ ଅଲଗା ହେବାକୁ ଯାଉଛନ୍ତି ବୋଲି ମଧ୍ୟ ଖବର ପ୍ରକାଶ ପାଇଛି । ଉଭୟ ଇନଷ୍ଟାଗ୍ରାମରେ ଏବେ ପରସ୍ପରକୁ ଅନଫଲୋ କରିଛନ୍ତି । ଚହଲ ପତ୍ନୀଙ୍କ ସମସ୍ତ ଫଟୋ ହଟେଇ ସାରିଥିବା ବେଳେ ଧନଶ୍ରୀ କିନ୍ତୁ ଫଟୋଗୁଡିକ ରଖିଛନ୍ତି । ନୂତନ ପୋଷ୍ଟରେ ଚହଲଙ୍କ ଆଖି ଛଳ ଛଳ ହୋଇଥିବା ଦେଖିବାକୁ ମିଳୁଛି । ଫଳରେ ଛାଡପତ୍ର ଆଶଙ୍କା ପୂନର୍ବାର ଜୋର ଧରିଛି । ନିକଟରେ ଚହଲଙ୍କୁ ଲୋକପ୍ରିୟ ଟିଭ ଶୋ ବିଗ ବସରେ ଦେଖିବାକୁ ମିଳିଥିଲା ।

ଆଇପିଏଲ ମେଗା ନିଲାମରେ ଏଥର ପଞ୍ଜାବ କିଙ୍ଗସ ତାଙ୍କୁ ୧୮ କୋଟି ଟଙ୍କାରେ ନେଇଛି । ୩୪ ବର୍ଷୀୟ ଚହଲ ୨୦୨୩ ପରଠାରୁ ଭାରତ ପକ୍ଷରୁ ଆଉ ଆନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି । ଚହଲ ଭାରତ ପକ୍ଷରୁ ୭୨ ଦିନିକିଆ, ୮୦ ଟି୨୦ ଖେଳିଛନ୍ତି । ଦିନିକିଆରେ ସେ ୧୨୧ ଓ ଟି୨୦ରେ ୯୬ ୱିକେଟ ଅକ୍ତିଆର କରିଛନ୍ତି ।

Comments are closed.