Latest Odisha News

ଠପ୍ ହେଲା OpenAI ସର୍ଭିସ, ନାକେଦମ ହେଲେ ୟୁଜର

ନୂଆଦିଲ୍ଲୀ: ଡାଉନ ହେଲା ଚାଟ ଜିପିଟି । ଗୁରୁବାର କିଛି ଘଣ୍ଟା ପାଇଁ ଚାଟ ଜିପିଟି ସର୍ଭର ଡାଉନ ହେବାରୁ ଏହାର ଉପଭୋକ୍ତାମାନେ ନାକେଦମ ହୋଇଛନ୍ତି। ସର୍ଭର ସ୍ଲୋ ହେବାର କାରଣ ଖୋଜୁଛି ଓପନ ଏଆଇ । ଚାଟ ଜିପିଟିର ମୋବାଇଲ ଆପ୍ଲିକେସନ ଠିକ କାମ କରୁଥିବା ବେଳେ, ଏହି ସମସ୍ଯା ମୁଖ୍ୟତଃ ଓପନ ଏଆଇ ୱେବ୍ସାଇଟରେ ଦେଖିବାକୁ ମିଳିଛି। ତେବେ ଭାରତୀୟ ସମୟ ସନ୍ଧ୍ୟା ପ୍ରାୟ ୫. ୦୦ ଟାରୁ ଚାଟ ଜିପିଟି ସ୍ଲୋ ହୋଇଥିଲା। ଏହାପରେ ଅନେକ ଉପଭୋକ୍ତା ଏହି ଅସୁବିଧାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଓପେନ ଏଆଇ ଏପିଆଇରେ ସମସ୍ଯା ଥିବା ତାର ୱେବସାଇଟରୁ ଜାଣିବାକୁ ମିଳିଛି।

ସୂଚନାଯୋଗ୍ୟ, ଓପନ ଏଆଇ ଦ୍ବାରା ସୃଷ୍ଟି ହୋଇଥିବା ଚାଟ ଜିପିଟି ଏଆଇ ସଂଚାଳିତ ଏକ ଚାଟ ବୋଟ। ୩୦ ନଭେମ୍ବର ୨୦୨୨ ରେ ଏହା ଲଞ୍ଚ କରାଯାଇଥିଲା। ଏହା ଅବିକଳ ମଣିଷ ପରି କଥା କହିବା, ପ୍ରଶ୍ନର ଉତ୍ତର ଦେବା, ଫଟୋ ଓ ଭିଡିଓ ଡିଜାଇନ ଭଳି କାର୍ଯ୍ୟ କରିବାକୁ ତିଆରି ହୋଇଛି। ଇଣ୍ଟରନେଟ ଯୁଗରେ ଅଧିକାଂଶ ଲୋକ ଏହି ଚାଟ ଜିପିଟିକୁ ବ୍ୟବହାର କରୁଛନ୍ତି। ତେବେ ଏହାର ଅନେକ ଉପକାର ରହିଛି।

ୟୁଜରଙ୍କ ଅବଶ୍ୟକତାକୁ ଦୃଷ୍ଟିରେ ରଖି ଏହା ଉତ୍ତର ଦେଇଥାଏ। ଏହା ଶିକ୍ଷା, ସ୍ବାସ୍ଥ୍ୟ, ପ୍ରଯୁକ୍ତି ବିଦ୍ୟା, ଖେଳ ଭଳି ପ୍ରସଙ୍ଗରେ ଅନେକ ଉତ୍ତର ରଖିଥାଏ। ଏହା ଦ୍ବାରା କମ ସମୟ ମଧ୍ୟରେ ୟୁଜରଙ୍କୁ ସଠିକ ଉତ୍ତର ମିଳିଥାଏ।

Comments are closed.