Latest Odisha News

BREAKING NEWS

ସବୁଠାରୁ ଅଧିକ ଛକା ଖାଇଥିବା ସ୍ପିନର ହେଲେ ଚହଲ

ନୂଆଦିଲ୍ଲୀ: ଭାରତର ଷ୍ଟାର ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ନାମରେ ଏକ ଅଲେଡା ରେକର୍ଡ ଯୋଡି ହୋଇଯାଇଛି । ସେ ଟି୨୦ କ୍ରିକେଟରେ ସବୁଠାରୁ ଅଧିକ ଛକା ଖାଇଥିବା ବୋଲର ହୋଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ତାଙ୍କ ପ୍ରଦର୍ଶନ ସେଭଳି ସନ୍ତୋଷଜନକ ରହି ନ ଥିଲା । ଚହଲ ୭୯ଟି ମ୍ୟାଚ ଖେଳି ୧୨୯ ଛକା ଦେଇଛନ୍ତି । ପ୍ରାୟ ପ୍ରତ୍ୟେକ ୧୩ଟି ବଲରେ ସେ ଗୋଟିଏ ଛକା ଖାଇଥାନ୍ତି । ଏହି ତାଲିକାରେ ଈଶ ସୋଧୀ ତାଙ୍କ ପଛକୁ ରହିଛନ୍ତି । ସେ ୯୫ ମ୍ୟାଚରେ ୧୨୯ ଛକା ଖାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଦିଲ ରଶିଦ ( ୯୧ ମ୍ୟାଚ, ୧୧୯ ଛକା), ଟିମ ସୌଥୀ (୧୦୫ ମ୍ୟାଚ ୧୧୭ ଛକା) ଓ ଶାକିବ ଉଲ ହାସନ ୧୧୪ ମ୍ୟାଚରେ ୧୦୭ ଛକା ଖାଇଛନ୍ତି ।

ଏହି ତାଲିକାରେ ୩ଜଣ ଲେଗ ସ୍ପିନର ରହିଛନ୍ତି । ଟି୨୦ କ୍ରିକେଟରେ ଶାକିବଙ୍କ ନାମରେ ସର୍ବାଧିକ ୱିକେଟ ହାସଲ କରିବା ରେକର୍ଡ ରହିଛି । ସେ ୧୪୦ ୱିକେଟ ନେଇଛନ୍ତି । ଟିମ ସୌଥୀ ୧୩୪ ୱିକେଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଚହଲ ଏହି ତାଲିକାରେ ୯୬ ୱିକେଟ ନେଇ ନବମ ସ୍ଥାନ ହାସଲ କରିଛନ୍ତି ।

Leave A Reply

Your email address will not be published.