Latest Odisha News

BREAKING NEWS

୩୫ ବର୍ଷ ବୟସରେ ବି ଡଲ୍ ସହିତ ଖେଳନ୍ତି ଯୁବକ, ଘରେ ରଖିଛନ୍ତି ୨୦୦ ରୁ ଅଧିକ ଡଲ୍‌

ନ୍ୟୁୟର୍କ: ପ୍ରତ୍ୟେକ ଲୋକଙ୍କର ଭିନ୍ନ ଭିନ୍ନ ସଉକ ଥାଏ । କିଏ ମୁଦ୍ରା ହେଉ ବା ପୁରୁଣା ଜିନିଷ, ଡ଼ାକ ଟିକେଟ ଏବଂ କିଛି ରଙ୍ଗୀନ ପଥର ସଂଗ୍ରହ କରିବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ଖେଳନା ସଂଗ୍ରହ କରିବାକୁ ସଉକ୍ ରଖିଥାନ୍ତି । ସାଧାରଣତଃ ଝିଅମାନେ ଡ଼ଲ ବା କଣ୍ଢେଇ ସହ ଖେଳିବାକୁ ଭଲ ପାଇଥାନ୍ତି । କିନ୍ତୁ ଏମିତି ଜଣେ ଯୁବକ ଅଛନ୍ତି,ଯିଏ କଣ୍ଢେଇ ସହ ଖେଳିବାକୁ ଭଲ ପାଇଥାନ୍ତି । କେବଳ ସେତିକି ନୁହେଁ ୩୫ ବର୍ଷ ବୟସରେ ବି ସେ କଣ୍ଢେଇ ସହ ଖେଳିଥାନ୍ତି, ଯାହାକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ ।

୩୫ ବର୍ଷୀୟ ଡୁଏନ୍ ଏଜି ନାମକ ଏହି ଯୁବକ ନ୍ୟୁୟର୍କରେ ରୁହନ୍ତି । ତାଙ୍କର ସଉକ ବିଭିନ୍ନ ଡ଼ଲ ବା କଣ୍ଢେଇରେ ଖେଳିବା ଓ ସଂଗ୍ରହ କରି ରଖିବା । ତାଙ୍କୁ ଯେତେବେଳେ ମାତ୍ର ୫ ବର୍ଷ ବୟସ ହୋଇଥିଲା ସେବେଠାରୁ ଡ଼ଲରେ ଖେଳିବାକୁ ଭଲ ପାଉଥିଲେ । ବୟସ ବଢିବା ସହ ତାଙ୍କର କଣ୍ଢେଇ ପ୍ରତି ଭଲ ପାଇବା ବି ବଢିଚାଲିଲା । ସେ ଡ଼ଲରେ ଖେଳୁଥିବା ଦେଖି ତାଙ୍କ ସାଙ୍ଗମାନେ ଥଟ୍ଟା ପରିହାସ କରନ୍ତି । ହେଲେ ସେଥିରେ ଡ଼ୁଏନ୍‌ଙ୍କର କିଛି ଫରକ ପଡ଼େନି । ଏବେ ସେ ଡ଼ଲରେ ଖେଳିବା ସହ ସଂଗ୍ରହ କରି ରଖୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପାଖରେ ଏବେ ୨୦୦ରୁ ଅଧିକ ଡଲ୍ ରଖିଛନ୍ତି ।

ଡୁଏନ୍ ଏଜି କହିଛନ୍ତି ଯେ,ମୋର କଣ୍ଢେଇ ପ୍ରତି ବହୁତ ଦୁର୍ବଳତା ଅଛି । ସାଧାରଣତଃ ଛୋଟବେଳେ ପୁଅମାନେ ଗାଡ଼ି,କାର,ବଲରେ ଖେଳୁଥିବା ବେଳେ ମୁଁ ଡ଼ଲରେ ଖେଳେ । ଏହାକୁ ମୋର ସାଙ୍ଗମାନେ ପସନ୍ଦ କରନ୍ତି ନାହିଁ । ମୋତେ ଚିଡ଼ାଇଥାନ୍ତି । ମୁଁ ୫ ବର୍ଷ ବୟସରୁ ଡ଼ଲରେ ଖେଳିବା ଓ ସଂଗ୍ରହ କରି ଆସୁଛି । ଇ-ବେ ପରି ସାଇଟରୁ ମୁଁ ବିଭିନ୍ନ ପ୍ରକାରର ଡଲ୍ କିଣିଥାଏ । ମୋର ଏହି ସଉକକୁ ସାଙ୍ଗସାଥୀ ପସନ୍ଦ କରୁ ନ ଥିବା ବେଳେ କିନ୍ତୁ ଘର ଲୋକ ମୋତେ ବହୁତ ସପୋର୍ଟ କରନ୍ତି । ଜନ୍ମଦିନ ହେଉ ବା କୌଣସି ପର୍ବରେ ଘରଲୋକ ମୋତେ ଉପହାର ସ୍ୱରୂପ ଡଲ ଦେଇଥାନ୍ତି ।
ପ୍ରତି ମାସରେ ମୋର ପକେଟ ମନିରେ ମୁଁ ଡ଼ଲ କିଣିଥାଏ । ଏବେ ମୋପାଖରେ ୨୦୦ରୁ ଅଧିକ ଡ଼ଲ ଅଛି । ତାକୁ ମୁଁ ଗୋଟିଏ କୋଠରୀ ସାଇତି କରି ରଖିଛି । ମୁଁ ବିବାହ କରିଥିଲେ ମଧ୍ୟ କଣ୍ଢେଇ ସହ ସମୟ ବିତାଇବା ବା ସଂଗ୍ରହ କରିବାରେ ମୋର ପତ୍ନୀଙ୍କର କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.