Latest Odisha News

ଭୁବନେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାର ହେଲା ଲୁହା ଶିକୁଳିରେ ବନ୍ଧା ନାବାଳକ

ଭୁବନେଶ୍ୱର: ପୋଲିସ ଓ ଶିଶୁ ସୁରକ୍ଷା ଅଧିକାରୀ ଶୁକ୍ରବାର ଦିନ ଭୁବନେଶ୍ୱର ରେଳଷ୍ଟେସନରୁ ଏକ ନାବାଳକକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ନାବାଳକର ଘର ଗଞ୍ଜାମ ଜିଲ୍ଲା ଛାତ୍ରପୁର ଅଞ୍ଚଳରେ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ପିଲାଟିକୁ ସେଠାରେ ଏକ ଲୁହା ଶିକୁଳିରେ ବାନ୍ଧି ରଖାଯିବା ସହ ବିଭିନ୍ନ ପ୍ରକାରର ନିର୍ଯ୍ୟାତନା ଦିଆଯାଉଥିଲା । ତେଣୁ ସେ କୌଣସି ପ୍ରକାରେ ସେଠାରୁ ଖସି ଟ୍ରେନ ଯୋଗେ ଭୁବନେଶ୍ୱର ଆସିଯାଇଥିଲା ।

ଭୁବନେଶ୍ୱର ରେଳଷ୍ଟେସନରେ ପିଲାଟିକୁ ଦେଖି କିଛି ବ୍ୟକ୍ତି ପୋଲିସ ଓ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ସୂଚନା ଦେଇଥିଲେ ।

ସୂଚନା ପାଇ ପୋଲିସ ନାବାଳକଟିକୁ ଉଦ୍ଧାରକରି ରୁଚିକା ଚାଇଲ୍ଡ ହେଲ୍ପ ଲାଇନର ଜିମା ଦେଇଛି ।

ନାବଳକଟି ଦେଇଥିବା ବୟାନ ଆଧାରରେ ତାର ବାପା ମାଆଙ୍କୁ ଖୋଜାଯାଇ ନିର୍ଯ୍ୟାତନା ବାବଦରେ ତଦନ୍ତ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.