Latest Odisha News

କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାକୁ ୪ ସପ୍ତାହରେ ସମାପ୍ତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାକୁ ଆଗାମୀ ୪ ସପ୍ତାହ ମଧ୍ୟରେ ଚୂଡ଼ାନ୍ତ କରିବାନେଇ ଶୁକ୍ରବାର ଦିନ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବହୁଚର୍ଚ୍ଚିତ ଘଟଣାର ତଦନ୍ତରେ ରାଜ୍ୟ ପୋଲିସର ଶିଥିଳତାରେ କ୍ଷୋଭ ପ୍ରକାଶ କରି ଅଦାଲତ ଏହି ଘଟଣାରେ ସ୍ପେଶାଲ୍ ଇନଭେଷ୍ଟିଗେସନ ଟିମ୍ (ଏସଆଇଟି) ଗଠନ କରିବାକୁ ଏଜେନ୍ସି ଅଧିକାରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ତେବେ ତଦନ୍ତ ରିପୋର୍ଟରେ ସନ୍ତୁଷ୍ଟ ନହେଲେ ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ପ୍ରଦାନ କରି ଅଦାଲତ କହିଛନ୍ତି, ଏଥିଲାଗି କେନ୍ଦ୍ର ଓ ରାଜ୍ୟସ୍ତରୀୟ ଏଜେନ୍ସି ଅଧିକାରୀଙ୍କୁ ନେଇ ଏହା ଗଠନ ହେବ । ଏଥିରେ ଆବେଦନକାରୀ ୬ଜଣଙ୍କ ନାମ ସୁପାରିଶ୍ କରିପାରିବେ । ସେହି ୬ଜଣଙ୍କ ମଧ୍ୟରୁ ଅଦାଲତ ୩ ଜଣଙ୍କ ନାମ ସୁପାରିଶ୍ କରିବେ । ଯେଉଁଥିରେ କି ୨ଜଣ କେନ୍ଦ୍ରୀୟ ଏଜେନ୍ସି ଅଧିକାରୀ ଏବଂ ଜଣେ ରାଜ୍ୟ ଏଜେନ୍ସି ଅଧିକାରୀ ଅନ୍ତର୍ଭୃକ୍ତ ହେବେ ।

ଅଦାଲତ ସେପ୍ଟେମ୍ବର ୪ ତାରିଖରେ ଏହି ମାମଲାର ଆଗାମୀ ଶୁଣାଣୀ କରିବାନେଇ ତାରିଖ ଧାର୍ଯ୍ୟ କରିଛନ୍ତି ।

କୋରାପୁଟ ଜିଲ୍ଲା କୁନ୍ଦୁଲି ଗ୍ରାମର ୧୪ ବର୍ଷିୟା ନାବାଳିକା ଯିଏକି ନବମ ଶ୍ରେଣୀରେ ସୋରିଶପଦର ସରକାରୀ ମଙ୍ଗଳ ସ୍କୁଲରେ ଅଧ୍ୟୟନ କରୁଥିଲା । ସେ କୁନ୍ଦୁଲି ବଜାରରେ ପାସପୋର୍ଟ ସାଇଜ୍ ଫଟୋଗ୍ରାଫ ଓ କିଛି ଡକୁମେ ସଂଗ୍ରହ କରି ଘରକୁ ଫେରିବା ସମୟରେ ଲାଞ୍ଜିଗଡ଼ ଜଙ୍ଗଲରେ ୟୁନିଫର୍ମ ପିନ୍ଧିଥିବା ୪ଜଣ ଯବାନ ତାକୁ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା । ପରେ ପୀଡ଼ିତା ଜଣକ ନିଜ ମାସାଗୁଡ଼ା ଗ୍ରାମରେ ଆତ୍ମହତ୍ୟା କରିଥିଲା ।

Leave A Reply

Your email address will not be published.