Latest Odisha News

BREAKING NEWS

ସାମ୍ବାଦିକଙ୍କ ଉପରେ ଆକ୍ରମଣ ଗଣତନ୍ତ୍ର ପାଇଁ ଅଶୁଭ : ଗଣେଶ୍ୱର ବେହେରା

ଭୁବନେଶ୍ୱର : ଗଣମାଧ୍ୟମ ପ୍ରତିନିଧିଙ୍କୁ ମରଣାତ୍ମାକ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଓଡିଶା ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ଗଣେଶ୍ୱର ବେହେରା ।ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଯାଜପୁର ବିଞ୍ଝାରପୁର ବ୍ଲକରେ ୨ ନମ୍ବର ଓ ୪ ନମ୍ବର ବୁଥରେ ଅସମାଜିକ ବ୍ୟକ୍ତି ମାନେ ଜବରଦଖଲ କଲେ ଏବଂ ସେଠାରେ ଭୋଟ ଦେବାକୁ ଧାଡିରେ ଠିଆ ହୋଇଥିବା ଭୋଟ ଦାତାଙ୍କୁ ଅସଭ୍ୟା ଭାଷାରେ ଗାଳି ଗୁଲୋଜ କରିବା ସହ ଆକ୍ରମଣ କଲେ ଏବଂ ଖବର ସଂଗ୍ରହ କରୁଥିବା ସାମ୍ବାଦିକ ମାନଙ୍କ ଉପରେ ଅମାନୁଷିକ ଯେଉଁ ଆକ୍ରମଣ ହୋଇଛି । ତାହା ଅତ୍ୟନ୍ତ ଉଦବେଗଜନକ ବୋଲି ଗଣେଶ୍ୱର ବେହେରା କହିଛନ୍ତି ।

କଂଗ୍ରେସ ଏନେଇ ଗଭୀର ଚିନ୍ତା ପ୍ରକଟ କରିଛି ।ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଯେତିକି ପିଡା ଦାୟକ ଗଣତନ୍ତ୍ର ପାଇଁ ସେତିକି ଅଶୁଭ ବୋଲି ଗଣେଶ୍ୱର ବେହେରା କହିଛନ୍ତି ।ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ।ସେପରି ବ୍ୟକ୍ତି ସିଏ ଯିଏ ହୁଅନ୍ତୁ ନା କାହିଁକି ତାଙ୍କୁ କ୍ଷମା ଦେବା କଥା ନୁହେଁ ।ନିର୍ବାଚନ ଆୟୋଗ ଏଥିରେ ଉଦଗେବ ପ୍ରକାଶ କରିଛନ୍ତି ।ଏ ବଡ ଆଶ୍ୱାସନାର କଥା ।

ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ସାମ୍ବାଦିକ ମାନଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିକୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ଗଣେଶ୍ୱର ବେହେରା ।ସମସ୍ତ ବୁଥ ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ । ଗଣତନ୍ତ୍ର ସୁରକ୍ଷା ଦୃଷ୍ଟିରୁ ଭୋଟ ଦାତାଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ଗଣେଶ୍ୱର ବେହେରା ।

Comments are closed, but trackbacks and pingbacks are open.