Latest Odisha News

BREAKING NEWS

ଘଟଗାଁ ମାଆ ତାରିଣୀଙ୍କ ପୀଠରେ ଚଇତି ପର୍ବ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ

ଘଟଗାଁ: ଆଜିଠୁ ଆରମ୍ଭ ହେଉଛି କେନ୍ଦୁଝର ଘଟଗାଁ ମାଆ ତାରିଣୀଙ୍କ ଚଇତି ପର୍ବ । କରୋନା କଟକଣା ଭିତରେ ଚଳିତବର୍ଷ ଚଇତି ପର୍ବ ପାଳନ ହେଉଛି । ଏଥିପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି ଜିଲ୍ଲା ପ୍ରଶାସନ ଓ ମନ୍ଦିର କର୍ତ୍ତୃପକ୍ଷ । ଭୋରରୁ ମାଆଙ୍କର ସ୍ନାନ ପରେ ମାଜଣା ଓ ସୁନାବେଶେ ହୋଇଥିଲା । ତାପରେ ଆଳତି କରାଯାଇ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି ।

୧୫ ତାରିଖ ଯାଏ ଚଇତି ପର୍ବ ଚାଲିବ । ଆଜିଠାରୁ ୧୨ ତାରିଖ ଯାଏ ମନ୍ଦିର ଖୋଲା ୧୩ ଓ ୧୪ ତାରିଖ ମନ୍ଦିର ବନ୍ଦ ରହିବ । ଆସନ୍ତା ୧୫ ତାରିଖରେ ଭକ୍ତମାନେ ମାଆଙ୍କର ଦର୍ଶନ କରି ପାରିବେ । ଶ୍ରଦ୍ଧାଳୁ ସକାଳ ୭ଟାରୁ ଦିନ ୧୨ଟା ୩୦ ଏବଂ ଅପରାହ୍ଣ ୩ଟା ୩୦ରୁ ସନ୍ଧ୍ୟା ୭ଟା ଯାଏ ମାଆଙ୍କ ଦର୍ଶନ କରିପାରିବେ । ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପଣା ସଂକ୍ରାନ୍ତିରେ ଦର୍ଶନ ବନ୍ଦ ରହିବ ।

Leave A Reply

Your email address will not be published.