Latest Odisha News

BREAKING NEWS

ସୋପିଆନରେ ସୁରକ୍ଷାବାହିନୀ ଗୁଳିଲେ ଟଳିଲେ ୩ ଆତଙ୍କୀ

ସୋପିଆନ(ଜମ୍ମୁ କାଶ୍ମୀର): ସୋପିଆନରେ ସୁରକ୍ଷାବାହିନୀ-ଆତଙ୍କବାଦୀ ଗୁଳି ବିନିମୟ । ଏନକାଉଣ୍ଟରେ ଟଳିଲେ ୩ ଆତଙ୍କୀ । ଏକ ମସଜିଦରେ ଏହି ଗୁଳି ବିନିମୟ ହୋଇଛି । ଆଉ ଦୁଇ ଜଣ ଆତଙ୍କବାଦୀ ଲୁଚି ରହିଥିବା କୁହାଯାଉଛି । ଏବେ ବି(ଖବର ଲେଖାଯିବା ବେଳକୁ) ଅପରେସନ୍ ଜାରି ରହିଛି । ଏନକାଉଣ୍ଟରରେ ନିହତ ଆତଙ୍କବାଦୀଙ୍କ ପରିଚୟ ସ୍ପଷ୍ଟ ହୋଇନି ।

ସୋପିଆନର ବାବା ମୋହଲ୍ଲାରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏହାପରେ ସୁରକ୍ଷାବାହିନୀ ଆରମ୍ଭ କରିଥିଲା ଅପରେସନ୍ । ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା । କିନ୍ତୁ ସେମାନେ ପ୍ରଥମେ ଗୁଳି ଚଳାଇଥିଲେ । ପାଲଟା ଜବାବ ଦେଇଥିଲା ସୁରକ୍ଷବାହିନୀ ।

Leave A Reply

Your email address will not be published.