ଭୁବନେଶ୍ଵର: ସାଧାରଣତଃ ଆମେ ସମସ୍ତେ ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ନୂଆବର୍ଷ ପାଳନ କରିଥାଉ। ମାତ୍ର ଆମ ହିନ୍ଦୁ କ୍ୟାଲେଣ୍ଡରରେ ନୂଆବର୍ଷ ଆରମ୍ଭ ଚୈତ୍ରମାସ ଠାରୁ ହୋଇଥାଏ। ଏହା ମାର୍ଚ୍ଚ ଓ ଏପ୍ରିଲ ମାସର ମଧ୍ୟଭାଗରେ ପଡିଥାଏ। ଏହାର ପ୍ରଥମ ଦିନକୁ ନୂଆବର୍ଷ ରୂପେ ପାଳନ କରାଯାଏ। ମହାରାଷ୍ଟ୍ରରେ ଏହାକୁ ‘ଗୁଡୀ ପାଡଓ୍ଵା’ ତାମିଲନାଡୁରେ ‘ପୁଥଣ୍ଡୁ’ ଓ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ‘ଉଗାଡି’ ନାଁ ରେ ପାଳନ କରାଯାଏ।
ହିନ୍ଦୁ ପରମ୍ପରା ଅନୁଯାୟୀ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କଲେ ଅର୍ଥାତ ଅପ୍ରେଲ ମାସର ଅଧାରୁ ଚୈତ୍ର ମାସ ଆରମ୍ଭ ହୋଇଯାଏ। ଶାସ୍ତ୍ର ଅନୁଯାୟୀ ସୃଷ୍ଟିକର୍ତ୍ତା ବ୍ରହ୍ମା ଚୈତ୍ରମାସ ଶୁକ୍ଳପକ୍ଷର ପ୍ରଥମ ଦିନରେ ବ୍ରହ୍ମାଣ୍ଡକୁ ସୃଷ୍ଟି କରିଥିଲେ। ଏହାପରେ ସେ ଋତୁ, ଗ୍ରହ- ନକ୍ଷତ୍ର ଓ ବର୍ଷ ଆରମ୍ଭ କରିଥିଲେ। ସେହିପରି ନବରାତ୍ରୀରେ ମା ଦୁର୍ଗାଙ୍କୁ ବିଧା ବିଧାନ ସହ ପୂଜା ଅର୍ଚ୍ଚନା କରାଯାଇଥାଏ । ଏବଂ ଜୀବନରେ ସୁଖ, ଶାନ୍ତି ପାଇଁ ମାଙ୍କୁ ପ୍ରାର୍ଥନା କରାଯାଇଥାଏ । ମା’ ମଧ୍ୟ ପ୍ରସନ୍ନ ହୋଇ ତାଙ୍କ ଭକ୍ତଙ୍କ ଉପରେ କୃପା ବର୍ଷା କରିଥାନ୍ତି । କିନ୍ତୁ ନବରାତ୍ରୀର ୯ ଦିନ ଯାକ ବ୍ରତ ରଖିବା ସମୟରେ କିଛି ନିୟମ ପାଳନ କରିବାକୁ ପଡିଥାଏ । ଯାହାଦ୍ୱାରା ମା ଦୁର୍ଗା ପ୍ରସନ୍ନ ହୋଇଥାନ୍ତି । ଯଦି ଆପଣ ଏହି ନିୟମ ପାଳନ ନକରିବେ ତେବେ ମାଙ୍କର ଆରାଧନାରେ ବିଘ୍ନ ଉପୁଜିଥାଏ । ଏହାଦ୍ୱାରା ମା କ୍ରୋଧିତ ହୋଇଥାନ୍ତି । ସେଥିପାଇଁ ମା ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ କିଛି କଥା ପ୍ରତି ଧ୍ୟାନ ରଖିବା ଉଚିତ୍ ତେବେ ଆସନ୍ତୁ ଜାଣିବା….
- ନବରାତ୍ରୀ ସମୟରେ ଘରେ ପ୍ରସାଦର ଖୁବ ମହତ୍ତ୍ୱ ରହିଛି। ମାଆଙ୍କ ନିକଟରେ ପ୍ରସାଦ ଅର୍ପଣ କରିବା ସମୟରେ ସାତ୍ତ୍ୱିକ ଜିନିଷର ବ୍ୟବହାର କରନ୍ତୁ। ତେଣୁ ଏହି ସମୟରେ ରସୁଣ ପିଆଜର ସେବନ କରନ୍ତୁ ନାହିଁ।
- ଏହି ସମୟରେ ଆମିଷ ସେବନ କରନ୍ତୁ ନାହିଁ। ଘରେ କେହି ନିଶାଦ୍ରବ୍ୟର ସେବନ କରନ୍ତୁ ନାହିଁ।
- ଧାର୍ମିକ ମାନ୍ୟତା ଅନୁଯାୟୀ, ବ୍ରତ ପାଳନ କରୁଥିଲେ କେଶ, ଦାଢି କାଟନ୍ତୁ ନାହିଁ। ଏହି ସମୟରେ କେଶ ଓ ଦାଢି କାଟିଲେ ଭବିଷ୍ୟତରେ ଏହାର ନକରାତ୍ମକ ପ୍ରଭାବ ପଡିଥାଏ।
- ନବରାତ୍ରୀ ସମୟରେ ନଖ ମଧ୍ୟ କାଟନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ନବରାତ୍ରୀ ପୂର୍ବରୁ ନଖ କାଟି ପାରିବେ।
- ନବରାତ୍ରୀ ସମୟରେ କୌଣସି ଚମଡା ଜାତୀୟ ଜିନିଷ ବ୍ୟବହାର କରନ୍ତୁ ନାହିଁ। ବେଲ୍ଟ,ଜୋତା, ପର୍ସ ଆଦିର ବ୍ୟବହାର କରନ୍ତୁ ନାହିଁ।
- ନବରାତ୍ରୀ ସମୟରେ ଯଦି ଆପଣ ଘରେ ଅଖଣ୍ଡ ଦୀପ ଜଳାଉଛନ୍ତି ତେବେ ସେହିସମୟରେ ଘରକୁ ବିଲକୁଲ ଖାଲି ଛାଡିକି ଯିବା ଉଚିତ୍ ନୁହେଁ ।
- ବ୍ରତଧାରୀ ୯ ଦିନ ପର୍ଯ୍ୟନ୍ତ ଲେମ୍ବୁ କାଟିବା ଉଚିତ୍ ନୁହେଁ ।
- ୯ଦିନ ଯାକ ବ୍ରତ ଧାରୀ ସ୍ୱଚ୍ଛ ବସ୍ତ୍ର ଧାରଣ କରିବା ଉଚିତ ।
- ନବରାତ୍ରୀ ସମୟରେ ଦିନରେ ଶୋଇବା ଉଚିତ୍ ନୁହେଁ ।
- ସେହିପରି ନବରାତ୍ରୀ ବ୍ରତ ଅବସରରେ ଶାରିରୀକ ସମ୍ପର୍କ ରଖିବା ଉଚିତ୍ ନୁହେଁ ଏବଂ ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବା ଉଚିତ୍ ।
Comments are closed.