Latest Odisha News

BREAKING NEWS

ଉତ୍ତରାଖଣ୍ଡ ପ୍ରଳୟକୁ ସପ୍ତାହେ; ତପୋବନ ସୁଡ଼ଙ୍ଗରୁ ଆଉ ୫ ମୃତଦେହ ଉଦ୍ଧାର, ମୃତ୍ୟୁସଂଖ୍ୟା ୪୩କୁ ବୃଦ୍ଧି

ଡେରାଡୁନ୍: ସପ୍ତାହେ ହେଲା ସ୍ତବ୍ଧ ତପୋବନ । ଚାମୋଲି ଜିଲ୍ଲାରେ ବରଫ ପାହାଡ଼ ଧସିବା ପରେ ସୃଷ୍ଟି ହୋଇଥିଲା ଜଳପ୍ରଳୟ । ପ୍ରକୃତିର କୋପ ଆଗରେ ନିସହାୟ ହୋଇ ଯାଇଥିଲେ ସମସ୍ତେ । ଏହି ଘଟଣାରେ ମୃତ୍ୟୁସଂଖ୍ୟା ୪୩କୁ ବୃଦ୍ଧି ପାଇଛି । ରବିବାର ଉଦ୍ଧାର କାର୍ଯ୍ୟ ବେଳେ ତପୋବନ ସୁଡ଼ଙ୍ଗରୁ ଆଉ ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଯାହାପରେ ମୃତକଙ୍କ ସଂଖ୍ୟା ୪୩ରେ ପହଞ୍ଚିଛି ।

ଏଥିସହ ପଢ଼ନ୍ତୁ- ବିପଦରେ ଉତ୍ତରାଖଣ୍ଡର ୩୮୫ ଗାଁ, ସ୍ଥାନାନ୍ତରଣ ପାଇଁ ଆବଶ୍ୟକ ୧୦ ହଜାର କୋଟି ଟଙ୍କା

ଏହା ପୂର୍ବରୁ ଶନିବାର ଚମୋଲି ଜିଲ୍ଲା ଅଧିକାରୀ ଏନଟିପିସି ଟନେଲରେ ଖୋଳା କାର୍ଯ୍ୟ ୧୩୬ ମିଟର ଯାଏ ହୋଇଥିବା ସୂଚନା ଦେଇଥିଲେ । ଶୁକ୍ରବାର ଜଣଙ୍କ ମୃତଦେହ ମିଳିଥିଲା । ୨୦୪ ଜଣ ନିଖୋଜ ଥିବାବେଳେ ୩୮ ଜଣଙ୍କ ମୃତଦେହ ମିଳିଛି । ଯେତେବେଳେ କି ୨ ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସୁଡ଼ଙ୍ଗରେ ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି ।

ମୃତକଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସୁଡ଼ଙ୍ଗରୁ ପଙ୍କ ଓ ମାଟି ହଟାଇବା କାର୍ଯ୍ୟ ଏବେବି ଜାରି ରହିଛି । ଆହୁରି କିଛି ଶ୍ରମିକ ଏବେ ମଧ୍ୟ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି । ଚମୋଲିରେ ବରଫ ପାହାଡ଼ ଧସିବା ପରେ ବହୁ ଗାଁ ସମ୍ପର୍କ ଛିନ୍ନ ହୋଇଯାଇଛି । ଆଇଟିବିପି ଯବାନ କ୍ଷତିଗ୍ରସ୍ତ ଗାଁକୁ ଯାଇ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଉଛନ୍ତି ।

Leave A Reply

Your email address will not be published.