Latest Odisha News

BREAKING NEWS

ପୋଡ଼ି ହୋଇ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

କେନ୍ଦ୍ରାପଡ଼ା: ନିଆଁରେ ପୋଡ଼ି ହୋଇ ସ୍ତ୍ରୀ ମୃତ । ଗୁରୁତର ଅବସ୍ଥାରେ ସ୍ୱାମୀ ହସ୍ପିଟାଲରେ ଭର୍ତ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରଡପଲ୍ଲୀ ଗାଁରେ । ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଘର ଭିତରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଦମ୍ପତି ଉଦ୍ଧାର ହୋଇଥିଲେ ।

ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ଆଖି ବୁଜିଥିବା ବେଳେ ଗୁରୁତର ସ୍ୱାମୀଙ୍କର ଚିକିତ୍ସା ଚାଲିଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.