ମାଲକାନଗିରି:ଆଦିମ ଜନଜାତି ଦିଦାୟୀ ସଂପ୍ରଦାୟର ପ୍ରଥମ ଝିଅ ଯିଏ କି ଡାକ୍ତର ହେବେ । ଦୁର୍ଗମ ଗାଁର ଦିଦାୟୀ ଜନଜାତି ଯୁବତୀ ଚମ୍ପା ରାସପେଦା । ସେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ସଫଳତା ପାଇଁ ଚମ୍ପାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ।
ଚମ୍ପା ପ୍ରଥମ ଉଦ୍ୟମରେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦୃଢ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଯୋଗୁ ଏହି ସଫଳତା ହାସଲ କରିଥିବା ସେ କହିଛନ୍ତି।
ସିଏ ମାଲକାନଗିରିର ସ୍ବାଭିମାନ ଅଞ୍ଚଳରୁ ଆସନ୍ତି । ଚମ୍ପା ରାସପେଦା କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ଆମ୍ଲିବେଡା ଗ୍ରାମର ବାସିନ୍ଦା । ଏବେ ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରୀ ପଢ଼ିବେ ଚମ୍ପା ।
ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ କୋରୁକୋଣ୍ଡା ବ୍ଳକ୍ ନାକାମାମୁଡି ଗ୍ରାମ ପଞ୍ଚାୟତର ଆମ୍ଲିବେଡ଼ା ଗ୍ରାମର ପ୍ରଥମ ଆଦିମ ଦିଦାୟୀ ଜନଜାତି ଯୁବତୀ ଚମ୍ପା ରାସପେଦାଙ୍କୁ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ। ଜିଲ୍ଲାପାଳ ଚମ୍ପାଙ୍କର ଉତ୍ତରତ୍ତର ଉନ୍ନତି କାମନା କରିଛନ୍ତି I @CMO_Odisha @scstdevdept pic.twitter.com/QlXvYIZHwg
— Collector & DM, Malkangiri (@dm_malkangiri) August 17, 2025
ଚମ୍ପା ଚିତ୍ରକୋଣ୍ଡା ଏସଏସଡି ବାଳିକା ବିଦ୍ୟାଳୟରୁ ୨୦୧୯ରେ ଦଶମ ପାସ୍ କରିଥିଲେ । ପରେ ଗୋବିନ୍ଦପାଲ୍ଲୀ ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଯୁକ୍ତ ଦୁଇ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ପ୍ରଥମରୁ ପଞ୍ଚମ ନନ୍ଦିନୀଗୁଡା ଏସଏସଡି ଏଜୁକେସନାଲ କମ୍ପ୍ଲେକ୍ସ ଠାରେ ଅଧ୍ୟୟନ କରିଥିଲେ।
ସଫଳତା ପାଇଁ ବଡବେଲ ବାଳିକା ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ଉତ୍କଳ କେଶରୀ ଦାସଙ୍କୁ ସେ ଶ୍ରେୟ ଦେଇଛନ୍ତି । ସୂଚନାଥାଉକି, ଯୁକ୍ତ ୨ ପରେ ଶିକ୍ଷକ ଉତ୍କଳ କେଶରୀ ତାଙ୍କ ଭଉଣୀଙ୍କ ପାଖରେ ଚମ୍ପାଙ୍କୁ ରଖି ବାଲେଶ୍ବରର ଏକ କୋଚିଂ ସେଣ୍ଟରରେ କୋଚିଂ ନେବାରେ ସହଯୋଗ କରିଥିଲେ । ନିଜସ୍ଵ ଅର୍ଥରେ ଚମ୍ପାଙ୍କୁ ପଢ଼ାଇ ଥିଲେ ।
ପରିବାର ଆର୍ଥିକ ଅନାଟନରେ ଗତିକରୁଥିବା ବେଳେ ଝିଅ ଡାକ୍ତର ହେବା ଶୁଣି ପରିବାର ଲୋକଙ୍କ ଖୁସି କହିଲେ ନସରେ। ଅପହଞ୍ଚ ପାହାଡ଼ି ଅଞ୍ଚଳରେ ରହିଥିବା ଆଦିମ ଜନଜାତିର ଦିଦାୟୀ ସଂପ୍ରଦାୟର ଝିଅ ଡାକ୍ତର ହେଲା ପରେ ବେଶ ଖୁସି ସଂପ୍ରଦାୟ ଓ ଅଂଚଳବାସୀ।
Comments are closed.