Latest Odisha News

BREAKING NEWS

ଆଜି ମହାପ୍ରଭୁଙ୍କ ଚମ୍ପକ ଦ୍ଵାଦଶୀ: ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ମହାପ୍ରଭୁଙ୍କ ଚମ୍ପକ ଦ୍ୱାଦଶୀ ନୀତି ।ଏନେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ସ୍ୱତନ୍ତ୍ର ବିଧି ଅନୁସାରେ ସମସ୍ତ ନୀତିକୁ ସମ୍ପାଦନ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ମହାପ୍ରଭୁଙ୍କ ଚମ୍ପକ ଦ୍ୱାଦଶୀ ଅବସରରେ ଶ୍ରୀମନ୍ଦିର ଭିତରେ ଏବଂ ଶ୍ରୀମନ୍ଦିର ବାହାରେ ମଧ୍ୟ ଅନେକ ନୀତି ଅନୁଷ୍ଠିତ ହୋଇଥାଏ ।

ମାତ୍ର ଚଳିତ ବର୍ଷ କୋଭିଡ୧୯ କଟକଣା ଯୋଗୁଁ ପ୍ରଶାସନ ପକ୍ଷରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁଯାୟୀ, ବାହାରର ବାହ୍ୟ ନୀତି ଗୁଡିକ ଶ୍ରୀମନ୍ଦିର ମଧ୍ୟରେ କରାଯିବା ନେଇ ନିଷ୍ପତି ନିଆଯାଇଛି।

ଅନ୍ୟପଟେ ଏଥର ବିନା ଭକ୍ତରେ ଅନୁଷ୍ଠିତ ହେବ ଜଗନ୍ନାଥଙ୍କ ସ୍ନାନଯାତ୍ରା। ସ୍ନାନ ପୂର୍ଣ୍ଣିମା ଶୃଙ୍ଖଳିତ ଭାବେ ସାରିବାକୁ ଭକ୍ତଙ୍କୁ ବଡ ଦାଣ୍ଡକୁ ଆସିବା ଉପରେ ରୋକ୍‌ ଲଗାଇବା ସହ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ ୧୪୪ ଧାରା ଲାଗୁ କରାଯିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.