Latest Odisha News

BREAKING NEWS

ଅନ୍ଧବିଶ୍ୱାସ: କରୋନା ରୋକିବା ପାଇଁ ପୂଜାର୍ଚ୍ଚନା

ପାଟଣା: ଅନ୍ଧବିଶ୍ୱାସର ଅନ୍ଧଗଳିରେ ମଣିଷ । ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ କିଛି ଲୋକ ଆଜିବି ଅନ୍ଧବିଶ୍ୱାସକୁ ସହାରା କରି ବଞ୍ଚି ରହିଛନ୍ତି।

ସାରା ବିଶ୍ଵରେ କରୋନା ସଙ୍କଟ । ଏହାକୁ ରୋକିବା ପାଇଁ ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକ ରାତିଦିନ ଏକ କରିଦେଇଥିଲେ ସୁଦ୍ଧା ଏଯାଏଁ ସଫଳତା ପାଇ ପାରି ନାହାନ୍ତି ।

ତେବେ ଏଭଳି ସମୟରେ ବିହାରର ଗ୍ରାମାଞ୍ଚଳର କିଛି ମହିଳା ଏହି ମାରାତ୍ମକ କରୋନାଭାଇରସରୁ ରକ୍ଷା କରିବା ପାଇଁ ନିକଟରେ ‘ପୂଜାପାଠ’ କରିଥିବା ସୂଚନା ମିଳିଛି। ଏହି ମହିଳା ମାନେ ଗ୍ରାମର ଏକ ମନ୍ଦିରରେ ଏକତ୍ରିତ ହୋଇ ‘କରୋନା ମାତା’କୁ ପୂଜା କରିଥିବା କହିଛିନ୍ତି । ଏପରି କରିବା ଦ୍ୱାରା ଏହି ମହାମାରୀ ଶାନ୍ତ ହେବା ସହ ଏହା ସେମାନଙ୍କ ଗ୍ରାମରେ ପ୍ରବେଶ କରିବ ନାହିଁ ବୋଲି ସେମାନଙ୍କର ବିଶ୍ୱାସ ରହିଛି।

ଏହି ମହିଳାମାନେ କରୋନା ପାଇଁ ‘ପୂଜା’ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଗୋଦାନା ଗରହା ଦେବୀ ମନ୍ଦିରରେ ଫୁଲ ଏବଂ ‘ପ୍ରସାଦ’ ଦେଇ ‘କରୋନା ମାତା’କୁ ପୂଜା କରିବା ପାଇଁ ମହିଳାମାନଙ୍କର ଏକ ବିଶାଳ ସମାବେଶ ଦେଖାଯାଇଛି।

Leave A Reply

Your email address will not be published.