Latest Odisha News

ପିସିବିକୁ ଶେଷ ଚେତାବନୀ ଦେଲା ଆଇସିସି

ଦୁବାଇ: ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲର ବୈଠକ ବାରମ୍ବାର ଘୁଂଚାଯାଉଛି । ଯାହାକୁ ନେଇ ଆଇସିସି ଅସନ୍ତୁଷ୍ଟ ହୋଇ ପଡିଛି । ଡିସେମ୍ବର ୫ର ବୈଠକ ସମ୍ପୂର୍ଣ୍ଣ ହୋଇପାରି ନ ଥିଲା ଏବଂ ଏହାକୁ ୭କୁ ଘୁଂଚାଇ ଦିଆଯାଇଛି । ପିସିବିକୁ ଶେଷ ଚେତାବନୀ ଦେଇ ଆଇସିସି କହିଛି ମାମଲା ଆଗକୁ ବଢ଼ି ପାରୁ ନାହିଁ । ହାଇବ୍ରିଡ ମଡେଲ ଆପଣାଇବା ବ୍ୟତୀତ ଆଉ କିଛି ବିକଳ୍ପ ନାହିଁ ବୋଲି ଆଇସିସି ଚେତାବନୀ ଦେଇଛି । ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନ ଗସ୍ତରେ ଭାରତ ଯିବ ନାହିଁ ବୋଲି ସ୍ପଷ୍ଟ କରିଥିବା ବେଳେ ପିସିବି ହାଇବ୍ରିଡ ମଡେଲକୁ ଆପଣାଇବାକୁ ରାଜି ହେଉନି ।

ଏବେ ଆଇସିସି ଏହା ଶେଷ ବିକଳ୍ପ ଭାବେ କହିଥିବାରୁ ପିସିବି ନିଷ୍ପତି ଉପରେ ୭ରେ ହେବାକୁ ଥିବା ବୈଠକରେ ସମସ୍ତଙ୍କ ନଜର ରହିବ । ପିସିବି ହାଇବ୍ରିଡ ମଡେଲରେ ରାଜି ହେଲେ ଭାରତ ଫାଇନାଲ ସମେତ ସମସ୍ତ ମ୍ୟାଚ ପାକିସ୍ତାନ ବାହାରେ ଖେଳିବ । ରିପୋର୍ଟ ମୁତାବକ ଭାରତ ମ୍ୟାଚ ଦୁବାଇରେ ଆୟୋଜିତ ହେବା ସମ୍ଭାବନା ଅଧିକ ରହିଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ପିସିବି ମନା କଲେ ବିସିିସିଆଇ ଆବଶ୍ୟକ ପଡିଲେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ମଧ୍ୟ କରିପାରେ । ଡିସେମ୍ବର ୭ର ସ୍ଥିତି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

Comments are closed.