ଅହମ୍ମଦାବାଦ: ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି କି ଟିମ ଇଣ୍ଡିଆ । ୮ଟି ଶ୍ରେଷ୍ଠ ଟିମକୁ ନେଇ ଏହି ମୁକାବିଲା ଖେଳାଯିବ । ଭାରତ ଏଥିପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଦଳର ଘୋଷଣା କରି ସାରିଛି । ଫେବୃୟାରୀ ୧୯ ସୁଦ୍ଧା ଟିମ ଇଣ୍ଡିଆ ଯାହା କିଛି ପରିବର୍ତନ କରିବାକୁ ଚାହିଁବ କରିପାରିବ । ଇତି ମଧ୍ୟରେ ଯଶପ୍ରୀତ ବୁମରାହଙ୍କ ଫିଟନେସ ସମ୍ପର୍କରେ ସଠିକ ତଥ୍ୟ ହସ୍ତଗତ ହୋଇ ପାରୁନି । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଭାରତ ହର୍ଷିତ ରାଣା ଓ ବରୁଣ ଚକ୍ରବର୍ତିଙ୍କୁ ସୁଯୋଗ ପ୍ରଦାନ କରିଛି । ଉଭୟ ସେମାନଙ୍କ ବୋଲିଂ ମାଧ୍ୟମରେ ପ୍ରଭାବିତ କରିପାରିଛନ୍ତି ।
ବର୍ତମାନ ଟିମ ଇଣ୍ଡିଆ ନିକଟରେ ଚାମ୍ପିୟନ୍ସ ଟ୍ରଫି ପାଇଁ ପେସ ବୋଲର ଭାବେ ମହମ୍ମଦ ସାମୀ, ଅର୍ଶଦୀପ ସିଂ ଓ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି । ଯଦି ବୁମରାହ ଓହରିବେ ତେବେ ହର୍ଷିତଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି । ବୁମରାହଙ୍କ ଫିଟନେସଙ୍କ ଉପରେ ସବୁ କିଛି ନିର୍ଭର କରୁଛି ।
ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାଶ ଆୟାର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୂଲଦୀପ ଯାଦବ, ଯଶପ୍ରୀତ ବୁମରାହ, ମହମ୍ମଦ ସାମୀ, ଅର୍ଶଦୀପ ସିଂ, ଯଶସ୍ୱୀ ଜୈସୱାଲ, ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ।
Comments are closed.