ଭୁବନେଶ୍ବର: ବଙ୍ଗୋପସାଗରରେ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ସ୍ଥଳଭାଗ ଛୂଇଁପାରେ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।
ସ୍ଥଳ ଭାଗ ମୁହାଁ ଲଘୁଚାପ!!!
ଆଜି ପଶ୍ଚିମ ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି
24 ଘଣ୍ଟା ପରେ ରାଜ୍ୟରେ କମିବ ଲଘୁଚାପ ର ପ୍ରଭାବ pic.twitter.com/zhhtQF3Ir0
— Meteorological Centre, Bhubaneswar (@mcbbsr) September 21, 2022
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁସାରେ, ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଉତ୍ତର-ଓଡ଼ିଶା ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ। ଏହା ପ୍ରଭାବରେ କଟକ, ଭୁବନେଶ୍ବର ସହ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି ।
ଲଘୁଚାପ ପ୍ରଭାବରେ ବର୍ତ୍ତମାନର ପାଣିପାଗ!!! pic.twitter.com/HbhtsdUgzO
— Meteorological Centre, Bhubaneswar (@mcbbsr) September 21, 2022


Comments are closed.