Latest Odisha News

BREAKING NEWS

ପାକିସ୍ତାନ ବଢାଉଛି ନୌସେନାର ଶକ୍ତି, ୨୦୩୫ ସୁଦ୍ଧା ନିର୍ମାଣ କରିବ ୫୦ଟି ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଭାରତ ଓ ଚୀନ ମୁହାଁମୁହିଁ ହେବା ପରେ ଶେଷରେ ଚୀନ ଜିଦ୍ ଭାଙ୍ଗିଛି। ଲଦାଖର ଗୋଗ୍ରା ହଟ୍‌ ସ୍ପ୍ରିଙ୍ଗ ଅଞ୍ଚଳରୁ ଚୀନ ସେନା ପ୍ରତ୍ୟାହାର କରିବାକୁ ରାଜି ହୋଇଛି। ୨୦୨୦ ମସିହାରେ ପୂର୍ବ ଲଦାଖ ସୀମାରେ ବିବାଦ ପରେ ଭାରତ ବହୁତ କିଛି ଶିଖିଛି। ତେଣୁ ଭାରତ ନିଜର ତିନି ସୈନ୍ୟବାହିନୀକୁ ସମ୍ପୂର୍ଣ୍ଣ ସଜାଗ ରଖିଛି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଙ୍ଗଳବାର ଦିଲ୍ଲୀରେ ଆୟୋଜିତ ଏକ କନକ୍ଲେଭରେ କହିଛନ୍ତି, ପୂର୍ବ ଲଦାଖ ସୀମାରେ ଘଟିଥିବା ଘଟଣାରୁ ଆମେ କିଛି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପାଇଛୁ। ତେଣୁ ଯେକୌଣସି ପରିସ୍ଥିତି ପାଇଁ ଉଚ୍ଚସ୍ତରୀୟ ପ୍ରସ୍ତୁତି ବଜାୟ ରଖିବା ଏବଂ ଭିତ୍ତିଭୂମିରେ ଉନ୍ନତି ଆଣିବାକୁ ପ୍ରସ୍ତୁତ ଅଛୁ।

ସେପଟେ ଆୟୋଜିତ କନକ୍ଲେଭରେ ନୌସେନା ମୁଖ୍ୟ ଆଡମିରାଲ୍ ଆର. ହରି କୁମାର କହିଛନ୍ତି ଯେ ଚୀନ୍ ଆମ ପାଇଁ ଲଗାତାର ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। କେବଳ ଭାରତର ସ୍ଥଳ ସୀମାରେ ନୁହେଁ ବରଂ ସାମୁଦ୍ରିକ ଅଞ୍ଚଳରେ ମଧ୍ୟ ନିଜର ଉପସ୍ଥିତି ବଢାଇ ଦେଇଛି। ସେ କହିଛନ୍ତି ଯେ ୨୦୦୮ ମସିହାରୁ ଚାଇନା ଭାରତ ମହାସାଗରରେ ନିଜର ସାମରିକ ସୈନ୍ୟ ଆଡ୍ଡା ନିର୍ମାଣ କରିଛି। ଏହା ସହିତ ସେ ଶ୍ରୀଲଙ୍କା, ମିଆଁମାର, ପାକିସ୍ତାନ ସମେତ ଅନ୍ୟ ଦେଶର ସାମୂଦ୍ରିକ ତଟରେ ବିଭିନ୍ନ ବନ୍ଦରର ବିକାଶ କରୁଛି। ନୌସେନା ମୁଖ୍ୟ କହିଛନ୍ତି ଯେ ଆମେ ଭାରତ ମହାସାଗରରେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଛୁ।

ସେହିପରି ନୌସେନା ମୁଖ୍ୟ କହିଛନ୍ତି ଯେ ପାକିସ୍ତାନ ଆର୍ଥିକ ଦୃଷ୍ଟିରୁ ଦରିଦ୍ର ହୋଇପଡିଛି। ଏହା ସତ୍ତ୍ୱେ ସେ ନିଜ ସୈନ୍ୟବାହିନୀକୁ ମଜବୁତ କରିବାରେ ନିୟୋଜିତ ଅଛି। ଅର୍ଥନୈତିକ ସଙ୍କଟ ସତ୍ତ୍ୱେ ପାକିସ୍ତାନ ନିଜର ସାମରିକ, ବିଶେଷ କରି ନୌସେନାର ଆଧୁନିକୀକରଣ ଜାରି ରଖିଛି। ୨୦୩୦-୨୦୩୫ ସୁଦ୍ଧା ୫୦ଟି ଯୁଦ୍ଧ ଜାହାଜ ନିର୍ମାଣ କରିବାକୁ ପାକିସ୍ତାନ ଲକ୍ଷ୍ୟ ରଖିଛି। ଏଥିପାଇଁ ସେ ପ୍ରସ୍ତୁତି ଆରମ୍ଭ କରିସାରିଛି।

ସେ ଆହୁରୀ କହିଛନ୍ତି, ଏହି ପାରମ୍ପାରିକ ସାମରିକ ଆହ୍ୱାନ ଜାରି ରହିଥିବାବେଳେ ଏହାର ଆକାର ଏବଂ ପରିସର ବଢିବା ସହିତ ଆତଙ୍କବାଦ ଏକ ପ୍ରମୁଖ ସୁରକ୍ଷା ବିପଦ ହୋଇ ରହିଛି। ଆଡମିରାଲ କୁମାର କହିଛନ୍ତି ଯେ ଦିନକୁ ଦିନ ଭାରତ ସୀମା ଉପରେ ଦୁଇ ଦେଶର ନଜର ରହିଛି। ତେଣୁ ଯୁଦ୍ଧକୁ କେବେ ବି ଏଡ଼ାଇ ଦିଆଯାଇପାରିବ ନାହିଁ। ସର୍ବଦା ସୈନ୍ୟବାହିନୀକୁ ସଜାଗ ରଖିଛୁ।

Leave A Reply

Your email address will not be published.