Latest Odisha News

BREAKING NEWS

୨୩ରୁ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା

ପୁରୀ: ଆସନ୍ତା ୨୩ ତାରିଖରୁ ପବିତ୍ର ଚନ୍ଦନଯାତ୍ରା । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କ ସମେତ ପଞ୍ଚୁପାଣ୍ଡବ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ବ୍ୟାପି ନୌକାବିହାର ବା ଜଳକ୍ରୀଡା କରିବେ । ଯାହାକୁ ବାହାର ଚନ୍ଦନ ଯାତ୍ରା କୁହାଯାଏ ।

ସେଥିପାଇଁ ଗତ ଚୈତ୍ର ପୂର୍ଣ୍ଣିମା ଦିନ ନନ୍ଦା, ଭଦ୍ରା ଚାପକୁ ପାଣିରୁ କଢ଼ା ଯାଇ ରଖାଯିବା ପରେ ଆଜିଠାରୁ ଚାପଡଙ୍ଗାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ମହାରଣା ଓ ଭୋଇ ସେବକଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟ ଜାରି ରହିଛି ।

ପ୍ରାଥମିକ ପର୍ଯ୍ୟାୟରେ ନନ୍ଦା ଓ ଭଦ୍ରା ଚାପରେ ପଟା ବାଡ଼ିଆ ଚାଲିଥିବା ବେଳେ ଆଗକୁ ପର୍ଯ୍ୟାୟକ୍ରମେ ସମସ୍ତ କାମ ଜାରି ରହିବ ବୋଲି ନନ୍ଦିଘୋଷ ରଥର ମୁଖ୍ୟ ମହାରଣା କହିଛନ୍ତି । ଅନ୍ୟପଟେ ମହାପ୍ରଭୁଙ୍କ ଆଗମନକୁ ନେଇ ନରେନ୍ଦ୍ର ପୁଷ୍କରିଣୀକୁ ମଧ୍ୟ ସୁସଜ୍ଜିତ କରାଯାଇଛି ।

Leave A Reply

Your email address will not be published.