Latest Odisha News

BREAKING NEWS

ଜାଗା ଖାଲି କରିବାକୁ ନୋବେଲ ବିଜେତା ଅମର୍ତ୍ତ୍ୟ ସେନଙ୍କୁ ନିର୍ଦ୍ଦେଶ ଦେଲା ବିଶ୍ୱ ଭାରତୀୟ ବିଶ୍ୱ ବିଦ୍ୟାଳୟ

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ଅର୍ଥଶାସ୍ତ୍ରୀ ଅମର୍ତ୍ତ୍ୟ ସେନଙ୍କୁ ଜାଗା ଖାଲି କରିବା ପାଇଁ ବିଶ୍ୱ ଭାରତୀ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ବିଶ୍ୱ ବିଦ୍ୟାଳୟ ଗୋଟିଏ ପ୍ରସ୍ତାବ ପାରିତ କରି ସ୍ପଷ୍ଟ ଭାବେ ଜଣାଇ ଦେଇଛି ଯେ, ୧୩ ଡେସିମଲ ଜାଗା ମେ ୬ ସୁଦ୍ଧା ସେ ଖାଲି କରନ୍ତୁ । ଯଦି ଏହା ନ ହୁଏ ତାହାହେଲେ ବଳ ପ୍ରୟୋଗ କରାଯିବ । ଅମର୍ତ୍ତ୍ୟ ଏବେ ବିଦେଶରେ ରହୁଛନ୍ତି । ସେ ପ୍ରାୟ ଶୀତଦିନେ ଏଠାରେ ରହିବାକୁ ଆସିଥାନ୍ତି । ବିଶ୍ୱ ବିଦ୍ୟାଳୟ କହିବା ଅନୁସାରେ ଏହାର ୧.୩୮ ଏକର ଜମିର ଗୋଟିଏ ଭାଗରେ ସେନଙ୍କ ପୈତୃକ ଘର ରହିଛି ।

ଏଥିରେ ବେଆଇନ ଭାବେ ୧୩ ଡେସିମିଲ ଜାଗା ଦଖଲ କରାଯାଇଥିବା ଅଭିଯୋଗ ହୋଇଥିଲା । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅମର୍ତ୍ତ୍ୟଙ୍କୁ ଏଥିନେଇ ଆଦେଶ ଜାରୀ କରିଛନ୍ତି । ଅମର୍ତ୍ତ୍ୟ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ ହୋଇ ନାହିଁ । ୧୯୨୧ରେ ଗୁରୁ ରବିନ୍ଦ୍ର ନାଥ ଟାଗୋର ବେଙ୍ଗଲର ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।

Leave A Reply

Your email address will not be published.