Latest Odisha News

BREAKING NEWS

କୋଭିଡ କଟକଣା ଭାଙ୍ଗିଲେ ଚାନ୍ଦବାଲି ବିଧାୟକ, ଭିଡିଓ ଭାଇରାଲ

ଭୁବନେଶ୍ୱର: ବିବାହ ଉତ୍ସବରେ କୋଭିଡ ଗାଇଡ଼ ଲାଇନ୍ ଉଲ୍ଲଂଘନ ଅଭିଯୋଗ । ବିବାହ ସମୟରେ ନିୟମ ଉଲ୍ଲଂଘନ କରି ଏକାଠି ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖୋଦ୍ ଚାନ୍ଦବାଲି ବିଜେଡି ବିଧାୟକ ବ୍ୟୋମକେଶ ରାୟ ନିଜ ବନ୍ଧୁ ଓ ସହଯୋଗୀଙ୍କ ସହ ନାଚୁଥିବାର ଦେଖିବାର ମିଳିଥିଲା । ନା ଥିଲା କାହା ମୁହଁରେ ମାସ୍କ ନା ଥିଲ ଦୂରତା । କୋଭିଡ ନିୟମ ଉଲ୍ଲଂଘନ କରବା ସହ ଗୀତର ତାଳେ ତାଳେ ନୃତ୍ୟରେ ସାମିଲ ହୋଇଯାଇଥିଲେ ସମସ୍ତେ ।

ଜୁନ୍ ୩୦ରେ ଅନଲକ୍ ହୋଇଥିଲେ ବି କଟକଣା ମାନିବାକ ରହିଛି କଡା ନିର୍ଦ୍ଦେଶ । ଏନେଇ ଲୋକଙ୍କୁ ସଚେତନ ସହ ଚେତାବନୀ ମଧ୍ୟ ଦିଆଯାଇଥିଲା । ଏପରିକି ଜରୁରୀ କାଳୀନ ପରିସ୍ଥିତି ନହେଲେ ବାହାରକୁ ଯିବାକୁ ମଧ୍ୟ ବାରଣ କରାଯାଇଥିଲା । ହେଲେ ଲକ୍ ଡାଉନ୍ କୋହଳ ସାଙ୍ଗକୁ ଲୋକେ ମଧ୍ୟ କୋହଳ ହେବାରେ ଲାଗିଛନ୍ତି ।

ସବୁଠ ବଡ଼ କଥା ହେଲା କୌଣସି ହୋଟେଲରେ ବିବାହ ଭୋଜି ପାଇଁ ଅନୁମତି ଦିଆଯାଇନଥିବା ବେଳେ ଖାଦ୍ୟ ପ୍ୟାକେଟ ପାଇଁ କୁହାଯାଇଥିଲା । ହେଲେ ଏଠି ସବୁ ଓଲଟା । କୌଣସି ନିୟମ ପାଳନ କରାଯାଉନଥିବା ବେଳେ ଖୁଲମଖୁଲା ନୃତ୍ୟ ଗୀତର ଆସର ଜମିଥିଲା । ବିଧାୟକଙ୍କ ଏହି ବାହାଘର ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହା ପୂର୍ବରୁ ସୁକିନ୍ଦା ତହସିଲଦାରଙ୍କୁ କୋଭିଡ ନିୟମ ନମାନି ନାଚୂଥିବା ବେଳେ ନିଲମ୍ବନ କରାଯାଇଥିଲା ।

 

Leave A Reply

Your email address will not be published.