Latest Odisha News

BREAKING NEWS

ଛତିଶଗଡ଼ରେ ନକ୍ସଲ ହମଲା, ଗୁଳି ବିନିମୟ ଜାରି

ଛତିଶଗଡ଼ : ଛତିଶଗଡ଼-ମହାରାଷ୍ଟ୍ର ସୀମାନ୍ତରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ଲୁହାପଥର ଖଣି ଉପରେ ମାଓବାଦୀମାନେ କବଜା କରିବା ସହ ଆକ୍ରମଣ କରିଛନ୍ତି । ନାରାୟଣପୁର ଜିଲ୍ଲା ଛୋଟେଡ଼ଙ୍ଗର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଏବେ ବି ଉଭୟ ପକ୍ଷ ମଧ୍ୟରେ ଜାରି ରହିଛି ଗୁଳି ବିନିମୟ ।.

ମାଓବାଦୀମାନେ ଲୁହାପଥର ଖଣିରେ ଥିବା କିଛି ଗାଡ଼ି ଜାଳି ଦେଇଛନ୍ତି । ଖବର ପାଇ ପୋଲିସ ପହଞ୍ଚିବା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏପରିକି ମାଓବାଦୀମାନେ ଖଣି ସୁପରଭାଇଜରଙ୍କ ସମେତ କିଛି ଶ୍ରମିକଙ୍କୁ ବନ୍ଧକ ରଖିଥିବା ସୂଚନା ମିଳିଛି । ଏବେ ବି ଉଭୟ ପକ୍ଷ ମଧ୍ୟରେ ଜାରି ରହିଛି ଗୁଳି ବିନିମୟ । ଘଟଣାସ୍ଥଳକୁ ଅଧିକ ସଂଖ୍ୟକ ଯବାନଙ୍କୁ ପଠାଯାଇଛି । ବସ୍ତର ଆଇଜି ଓ ନାରାୟଣପୁର ଏସ୍‌ପି ସ୍ଥିତି ଉପରେ ନଜର ରଖିଛନ୍ତି।

Leave A Reply

Your email address will not be published.